Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

4  

Bijay Prusty

Others

ମୋ ବାପା

ମୋ ବାପା

1 min
229



ଶ୍ରୀଫଳ ପରାଏ ବାହାରଟା ଟାଣ

ଭିତରେ ନରମ ଶସ

ସୁମିଷ୍ଟ ଜଳକୁ ପାନ କରିଦେଲେ

ମେଣ୍ଟିଯାଏ ସବୁ ଶୋଷ I

ଏଇଯେ ଶ୍ରୀଫଳ ଆଉ କେହି ନୁହେଁ

ଅଟନ୍ତି ସେ ବାପା ମୋର

ତାଙ୍କ ଉପସ୍ଥିତି ନିର୍ଭୟ କରାଏ

ନଥାଏ କାହାକୁ ଡର I

ଟିକିଏ କଥାରେ କାନ୍ଦିଦିଏ ବୋଉ

ଝରାଏ ଦିଟୋପା ଲୁହ

ଦୁଃଖକଷ୍ଚ ବେଳେ ବାପାଙ୍କ ଆଖିରେ

ଲୁହ କେ ଦେଖିଛ କୁହ I

ବାପା ସିନା ଏକ ଝଙ୍କା ବରଗଛ

ମିଳୁଥିଲେ ତାଙ୍କ ଛାଇ

ଯେତେ ଯାହାହେଉ ହାରିବାର ଚିନ୍ତା

ମୁଣ୍ଡରେ ତ ପଶେ ନାହିଁ I

କାଳର କବଳେ ହଜାଇଛି ଯିଏ

ବାପାଙ୍କ ଅଭୟ ଛାଇ

ହତଭାଗା ସିଏ ମଥାରେ ଯାହାର

ବାପାଙ୍କ ଶ୍ରୀହସ୍ତ ନାହିଁ I

ଦୁନିଆଁର ସବୁ ବାପାଙ୍କ ପୟରେ

କୋଟି କୋଟି ଦଣ୍ଡବତ

ତୁମ ବଡପଣେ ପିଲାଙ୍କ ମଥାରେ

ରହିଥାଉ ତୁମ ହାତ I



Rate this content
Log in