STORYMIRROR

Santosh Samal

Others

3  

Santosh Samal

Others

ମୋ ଅପେକ୍ଷାର ନାହିଁ ଶେଷ

ମୋ ଅପେକ୍ଷାର ନାହିଁ ଶେଷ

1 min
109

ମନର କଥାକୁ କହିବି ଭାଵି

ଵିତିଗଲା ଗୋଟେ ଵରଷ

ଲାଜ ଭୟକୁ ମନରେ ପକେଇ ଚାଵି

ନିତି ସଞ୍ଜ ସକାଳେ ଦେଖୁଥିଲି ତୁମ ଛଵି

ଛବି ଦେଖି ଦେଖି ସରିଗଲା କେତେ ମାସ

ମୁଁ ଅଛି ମୋ'ଅପେକ୍ଷାର ନାହିଁ ଶେଷ ....।


ରଙ୍ଗ ଦୁନିଆରେ ତୂଳି ଧରି କିଏ ?

ସଵୁ ମୁହୂର୍ତ୍ତକୁ ଵଦଳାଇ ସେ ଦିଏ

ରଙ୍ଗ ଯଦି ହୁଏ ପ୍ରେମ,ତୂଳି ତା' ପ୍ରେମିକା

ପ୍ରେମର ପରସ ଦେଇ କରି ଦେଲୁ ତୁ ଏକା

ମନର ଶୋଷ ହେଇଗଲା ଅଵଶୋଷ

ମୁଁ ଅଛି ମୋ' ଅପେକ୍ଷାର ନାହିଁ ଶେଷ ...।।


ଋତୁ ଵଦଳୁଚି ରାତି ଵଦଳୁଚି

ଵଦଳିଵାର ନିତୀ କିଏ କାହାକୁ ଦେଇଚି

ଋତୁ ଵଦଳିଲା ପରି ଵଦଳିଗଲ ତୁମେ

ଝାପସା ଭଲ ପାଇଵା ଦେଖେଇ

କୋଉଠି ଅଟକି ଗଲ ତୁମେ

ଅପେକ୍ଷା..ଅପେକ୍ଷାରେ ଵିତି ଯାଇଛି କେତେ ଵର୍ଷ ମାସ

ମୁଁ ଅଛି ମୋ' ଅପେକ୍ଷାର ନାହିଁ ଶେଷ ..।।

               

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍