STORYMIRROR

pratap nayak

Others Romance

2  

pratap nayak

Others Romance

ମୋ ଆଖିରେ ପ୍ରେମ

ମୋ ଆଖିରେ ପ୍ରେମ

1 min
14.6K


କିଏ କହେ ପ୍ରେମ ଏକ ଯନ୍ତ୍ରଣା ମନ୍ତ୍ରଣା ଖେଳଣା ଅବା ଉଲୁଗୁଣା....,

ମୁଁ ଯାଣେ ସେ ଏକ ଆବରଣ ହୀନ ପ୍ରେରଣା ଠିକଣା ସାଣ୍ଠଣା ଓ ବୁଝାମଣା.....l


କିଏ କହେ ସେ ପୁଣି,

ମରୁଭୁମିର ଉର୍ମୀ....,

ଅନୁଭବୀ ଯାଣେ,

ସେ ଏକ ଆଖିମୁଦା ଯୋଗୀ.....l


ସପନରେ ପ୍ରେମ ଏକ ପ୍ରୀତିଫଲ୍ଗୁ ନଦୀ,

ଅବା ବୀବସନା ନାରୀର କବରୀ.....,

କିନ୍ତୁ ମୁଁ ଯାଣେ ଦିନଚର୍ଯ୍ୟା ଆରମ୍ଭରେ,

ସିଏ ଅଟେ କାମିନୀ କାଞ୍ଚନ ଜାୟା ଅବା ରତ୍ନଗର୍ଭା ଗିରି......l


ନିଦାଘ ସକାଳେ,

ଚିରେ ସିଏ ଇପ୍ସିତ ବସନ୍ତ.....,

ଖାଇ ଖୁଆଏ ଚେଇଁ ଶୁଆଏ,

ସତେ ଶୁଚିମନ୍ତ......l


ମାୟାବିନୀ କୁହୁକିନୀ ଏକାନ୍ତ ଦୋଚାରୁଣୀ ପ୍ରେମ.....,

ମୋ ଆଖିରେ ସରସ ସୁନ୍ଦର ଜୀବନେ,

ନିଶ୍ଚୟ ଏକା ବ୍ୟତିକ୍ରମ......,l


ପ୍ରତାପ ନାୟକ

,,,,,,,,,,,,,,,,,,,,,,,,,,,,,,, ୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍