ମୋ ଆହାର
ମୋ ଆହାର
ନିତି ମୁହିଁ ଲୋଡ଼େ ପଖାଳ କଂସା ଟେ
ମୋ ପ୍ରିୟ ବାସି ପଖାଳ
ତା ସାଥିରେ ଶାଗ ଚଟୁଣି ପିଆଜ
ଖାଇଲେ ଆସଇ ବଳ
ସାଙ୍ଗରେ ତା ପୁଡ଼ା ମା ଆଈ ଚକଟା
ଆହା କି ଲାଗେ ମଧୁର
କାଟି ଦିଏ ପାଟି କଞ୍ଚା ଯେ ଲଙ୍କା ଟି
ଧାନୁଆ ର ଯେଉଁ ଧାର
ଭାତ ସହ ଡାଲି କରେ ଜାଳି ଚୂଲି
ମା କରେ ଆଳୁ ଚଟଣୀ
ପରଷେ ମା ମୋର ବ୍ୟଞ୍ଜନ ମଧୁର
ତା ପାଖେ ସଦା ମୁଁ ଋଣୀ
ମୁଢ଼ି ଯେ ମିକ୍ସ୍ଚର୍ ପେଟ ଭୋରେ ମୋର
ସକାଳୁ ନିତି ସଂଜରେ
ପରଟା ସାଥିରେ ଭଜା ତିଅଣରେ
ଖାଏ ମୁହିଁ ଆନନ୍ଦ ରେ
ବର କୁଳି ମୋତେ ମନ ମୋହେ ସତେ
ଆମ୍ବ ଲାଗେ ଭାରି ମିଠା
ପେଡା ପ୍ରିୟ ମୁହିଁ କ୍ଷୀର ପିଏ ଦୁହିଁ
ଆରିସା କାକରା ପିଠା
ଦୁନିଆରେ ଅଛି ହଜାରେ ଖାଦ୍ୟ ଯେ
ମୋ ପ୍ରିୟ ପଖାଳ ଭାତ
ସଦା ଖାଉଅଛି ଖାଉଥିବି ନିତି
ଗ୍ରୀଷିମ ବରଷା ଶୀତ
