STORYMIRROR

PRABHAS KUMAR MOHAPATRA

Others

2  

PRABHAS KUMAR MOHAPATRA

Others

ମୋ ଆହାର

ମୋ ଆହାର

1 min
521

ନିତି ମୁହିଁ ଲୋଡ଼େ ପଖାଳ କଂସା ଟେ

ମୋ ପ୍ରିୟ ବାସି ପଖାଳ

ତା ସାଥିରେ ଶାଗ ଚଟୁଣି ପିଆଜ

ଖାଇଲେ ଆସଇ ବଳ


ସାଙ୍ଗରେ ତା ପୁଡ଼ା ମା ଆଈ ଚକଟା

ଆହା କି ଲାଗେ ମଧୁର

କାଟି ଦିଏ ପାଟି କଞ୍ଚା ଯେ ଲଙ୍କା ଟି

ଧାନୁଆ ର ଯେଉଁ ଧାର


ଭାତ ସହ ଡାଲି କରେ ଜାଳି ଚୂଲି

ମା କରେ ଆଳୁ ଚଟଣୀ

ପରଷେ ମା ମୋର ବ୍ୟଞ୍ଜନ ମଧୁର

ତା ପାଖେ ସଦା ମୁଁ ଋଣୀ


ମୁଢ଼ି ଯେ ମିକ୍ସ୍ଚର୍ ପେଟ ଭୋରେ ମୋର

ସକାଳୁ ନିତି ସଂଜରେ

ପରଟା ସାଥିରେ ଭଜା ତିଅଣରେ

ଖାଏ ମୁହିଁ ଆନନ୍ଦ ରେ


ବର କୁଳି ମୋତେ ମନ ମୋହେ ସତେ

ଆମ୍ବ ଲାଗେ ଭାରି ମିଠା

ପେଡା ପ୍ରିୟ ମୁହିଁ କ୍ଷୀର ପିଏ ଦୁହିଁ

ଆରିସା କାକରା ପିଠା


ଦୁନିଆରେ ଅଛି ହଜାରେ ଖାଦ୍ୟ ଯେ

ମୋ ପ୍ରିୟ ପଖାଳ ଭାତ

ସଦା ଖାଉଅଛି ଖାଉଥିବି ନିତି

ଗ୍ରୀଷିମ ବରଷା ଶୀତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍