STORYMIRROR

Prabhanjana Tripathy

Others

5.0  

Prabhanjana Tripathy

Others

ମଞ୍ଚ,,

ମଞ୍ଚ,,

1 min
245

ନାଚି ନାଚି ଦିନେ ସରିବ ସଙ୍ଗୀତ 

ବନ୍ଦ ହୋଇଯିବ ନାଚ  

ଆଲୋକ ଶୂନ୍ୟରେ ନୃତ୍ୟ କି ହୋଇବ 

ଶେଷ ହେବ ରଙ୍ଗ ମଞ୍ଚ   ll


ପରଦା ପଡିବ ମଞ୍ଚ ଭାଙ୍ଗିବ 

ଶୂନ୍ୟ ହୋଇଯିବ ସବୁ 

ଆସନ୍ତା କାଲି ନୂଆ ନାଟ ହେବ 

ନୂଆ କାହାଣୀଟି ଦବୁ   ll


ଯେ ଯାହା ଅଙ୍କ କଷି ଦେଇଯିବେ 

ମଞ୍ଚରେ ପାଦକୁ ଗଣି  

ସେଇ ପାଦ ପଦେ କାହାଣୀ ଆସିବ 

କା'ର ଗୁଣ କିଏ ଗୁଣୀ   ll


ଜୀବନଚର୍ଯ୍ୟା କେବଳ ମଞ୍ଚ 

ଅଭିନୟ ବିନା ଶୂନ୍ୟ  

ଯେତେବେଳେ ଏହି ମଞ୍ଚ ଭାଙ୍ଗିଯିବ 

ଶ୍ଶଶାନରେ ହେବ ଗଣ୍ୟ   ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍