ମନୁଆ ଠାକୁର
ମନୁଆ ଠାକୁର
1 min
280
ଆହେ ମୋ ମନୁଆ ଠାକୁର
ମନକୁ ମାରି ଦିଅନା ମୋର
ତୁମେ କି ଜାଣନା ମନର ଭାବନା
କାହିଁକି କରୁଛ ମୋତେ ଦୂର/ପର ॥୧॥
ପଞ୍ଚୁକ ଏସନ ପଡେ ଛଅ ଦିନ
ଥୟ ଧରୁନି ମନ ମୋର
ପାରିବିକି ଯାଇ ଆହେ ଭାବଗ୍ରାହୀ
ଏସନ ତୋ ଶିରି କ୍ଷେତର
ଛବିଶ ବରଷ ଅନ୍ତରେ ହେବରେ
ନାଗାର୍ଜୁନ ବେଶ ତୋହର ॥୧॥
ମନେଥିଲା ଭରି ଆଶା ଅସୁମାରି
ଆରେ ମନୁଆ ମନଚୋର
ଦେଖିବି ସେ ଶୋଭା ଅତି ମନଲୋଭା
ବେଶ ମୋର ରସରାଜଙ୍କର
ପୁଣ୍ୟ କlର୍ତ୍ତିକରେ ଭାବି ଭାବି ମରେ
ଯାଇକି ପାରିବି ଶ୍ରୀମନ୍ଦିର ॥୩॥
