STORYMIRROR

Sachidananda Kar

Others

3  

Sachidananda Kar

Others

ମନଟା ନ ଥିଲା ବୋଲି

ମନଟା ନ ଥିଲା ବୋଲି

1 min
213

------------------------

          ମନଟା ନ ଥିଲା ବୋଲି

              -------------------------

       ଗଛ ଡାଳେ ବସି ପିକ ଗାଉଥିଲା

             କୁହୁ କୁହୁ ମିଠା ଗୀତ

       ସେଆଡକୁ ମୋର କାନ ତ ନ ଥିଲା

              ସତ କହୁଛିରେ ମିତ ।।


       ଦାଣ୍ଡ ଅଗଣାରେ ବରଷାରାଣୀଟା

               ଛମଛମ ନାଚୁଥିଲା

       ତା' ସାଥିରେ ମିଶି ନାଚିବିନି ବୋଲି

              ଘରକୁ ମାରିଲି ଚିଲା ।।


       ଦରିଆର ଢେଉ ବାରବାର ଆସି

             କୂଳେ ପିଟୁଥିଲା ମଥା

       ଆଖି ନେଲିନାହିଁ ସେଆଡକୁ ମୋର

             ଶୁଣିଲିନି ତା'ର କଥା ।।


       ବାସ ବିତରଣ କରୁଥିଲା କେତେ

              ବଗିଚାର ଟିକିଫୁଲ

       କୁଆଡେ କେଜାଣି ହଜିଥିଲି ମୁହିଁ

             ବୁଝୁ ନ ଥିଲି ତା' ମୂଲ ।।


       ବହିଟିଏ ଧରି ପଢି ପଢି ଗଲି

             ଆରମ୍ଭରୁ ଶେଷଯାଏ

       କଅଣ ପଢିଲି ନିଜକୁ ପଚାରି

             ଉତ୍ତର ନ ପାଏ ହାଏ ।।


       ପାଟି ସୁଆଦିଆ କେତେ ଯେ ଆହାର

            ମୋ ଆଗେ ରଖିଲେ ଆଣି

       ଖାଇବା ପାଇଁକି ସେଆଡକୁ ହାତ

            ନେଲିନାହିଁ ଜାଣିଜାଣି ।।


       ମିତ ଡାକିଥିଲା ଘରକୁ ତାହାର

             ସୁନ୍ଦର ଚିଠିଟେ ଲେଖି

       ଲେଖିଦେଲି ତାକୁ ଏବେ ନୁହେଁ ଆଉ

           ଯିବି କେବେ ବେଳ ଦେଖି ।।


       ମନ ଥିଲେ ସବୁ ପାରିଥାନ୍ତି ସିନା

          ମନଟା ନ ଥିଲା ବୋଲି

       ଅଯୋଗା ପରିକା କିଛି ପାରିଲିନି

           ସତ ମୁଁ କହୁଛି ଖୋଲି ।।


Rate this content
Log in