STORYMIRROR

Pinku Ranbida

Others

4  

Pinku Ranbida

Others

ମନର୍ କଥା

ମନର୍ କଥା

1 min
233

କେତେ ଆଶା ବାନ୍ଧିଥିଲି ମନ୍ ଭିତିରେ

ବେଲେ ଘଡେ ଛୁଟି ନାଇକରେ

କଲେଜ୍ ଯିମି ସବୁବେଲେ

ଭାବୁଥିଲି ମନେ ଏକେଲାବେଲେ ।।


ମନର୍ କଥା ମନେ ରହିଗଲା

ଗୁଳାଫୁଲ ଝଡି ମୁର୍'ଝେଇ ଗଲା

ଅଧାବାଟେ ରହେଲା କଲେଜ ପଢା

ଏଛେନ୍ ହେଇଗଲିନ ଧୁତୁମ୍ ବେଢା ।।


ଧୁତୁମ୍'ଲେଖେ ବସିଛେ ଗାଁ'ର୍ ଖୁଲି

କେନ୍'ସି ଆଡେ ନାଇଁ ପାରବାର୍ ବୁଲି 

କଲେଜ ଇଟାତ ଲାଷ୍ଟ ବଛର୍ ଥିଲା 

ମୋର୍ କରମ୍ ସତେ ଫଟାଥିଲା ।।


କଲେଜ୍ କେତେ ଲାଗୁଛେ ସୁର୍'ତା

ଝଟ୍'କରି କାଏଁରେ କଲେଜ ଖୁଲ୍'ତା

ଦେଖ୍'ତି ଘାଏ ସାଙ୍ଗ୍,ସାଥି ମାନ୍'କେ

ଦୁଃଖର୍ ବାଦଲ୍ ପଲେଇ ଯାଏତା ଛନ୍'କେ ।।


କରୋନା ବେମାର୍ କରିଦେଲାନ କାଲ୍

ଜୀବନ୍ ହେଇଗଲାନ ବେହାଲ୍ 

ବଛର୍'ଟା ଦେଖୁନ୍,ଦେଖୁନ୍ ସରିଗଲା

ମନର୍'କଥା ମନେ ରହିଗଲା ।।



Rate this content
Log in