STORYMIRROR

Chittaranjan Nanda

Others

3  

Chittaranjan Nanda

Others

ମନୋରମା ମହାପାତ୍ରଙ୍କ ସ୍ମରଣେ

ମନୋରମା ମହାପାତ୍ରଙ୍କ ସ୍ମରଣେ

1 min
220


ରାଧାନାଥ ରଥ ସାବିତ୍ରୀ ଦେବୀଙ୍କ

କୋଳକୁ ମଣ୍ଡନ କରି,

ଶୁଭ ଲଗ୍ନରେ ଜନ୍ମ ନେଇଥିଲ ତୁମେ 

ଉତ୍ତମ ଗୁଣାବଳୀକୁ ଧରି


ରାଧାନାଥ ପୁରେ ହେ ମହିୟସୀ ନାରୀ 

ତୁମେ ଜନମ ନେଲ

ଅର୍ଥନୀତିରେ ପାଠ ଅଧ୍ୟୟନ କରି ତୁମେ

ଅଧ୍ୟାପିକା ହୋଇଥିଲ 


ମାତୃଭାଷାର ମମତା ହୃଦୟର ଭାଷା, ଦେଇ

ପରାକାଷ୍ଠା, ତାହା ଦେଖାଇଲ 

ସାହିତ୍ୟେ ତୁମ ଲେଖା ଦେଇ ଓଡ଼ିଆର ଗର୍ବ 

ତୁମେ ନିଶ୍ଚିତ ହୋଇଥିଲ


ସାହିତ୍ୟ ରଚନାରେ, ଖବର କାଗଜ କାମରେ

ତୁମର ଦୀର୍ଘ ଦିନ କଟିଗଲା

ସାହିତ୍ୟ ସମାଜ ପାଇଁ, ସାହିତ୍ୟ ଏକାଡେମୀର 

ସମ୍ପାଦନାରେ ସମୟ ବିତିଗଲା


ଜୀବନ ଉତ୍ସର୍ଗ କଲ ଓଡ଼ିଆ ଭାଷା ପାଇଁ, ସେବା 

ଓ ପ୍ରୀତିର ସ୍ପନ୍ଦନରେ ଶାନ୍ତି ପାଉଥିଲ 

ଶୁଣିବୁନି ଆଉ ତୁମରି ସ୍ୱର, କରାଳ ସମୟର ସ୍ପର୍ଶେ

ତୁମେ ଓଡିଆଂକୁ ଛାଡି ଚାଲିଗଲ


ତୁମକୁ ହରାଇଛୁ ଆମେ, କିନ୍ତୁ ତୁମକୁ ଓଡିଆ ଜାତି 

କେବେ ଭୁଲିବ ନାହିଁ

ମୁଁ ଶ୍ରଦ୍ଧାଂଜଳୀ ଜଣାଏ ତୁମକୁ, ପ୍ରାର୍ଥନା କରେ ପବିତ୍ର 

ଆତ୍ମାର ସଦଗତି ପାଇଁ.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍