ମଣୁଛି ନିଜକୁ ଧନ୍ୟ
ମଣୁଛି ନିଜକୁ ଧନ୍ୟ
ନାନା ଓଷାବ୍ରତ ଭରି ରହିଅଛି
ଆମ ଏଇ ଉତ୍କଳରେ,
ଐତିହ୍ୟ ସଂସ୍କୃତି ଯୁଗଯୁଗ ପାଇଁ
ଲିପିବଦ୍ଧ ସ୍ଵର୍ଣ୍ଣାକ୍ଷରେ ।
ଚାରିଦିଗେ ତେତିଶକୋଟି ଦେବତା
ବେଢି ରହିଛନ୍ତି ପରା,
ପୂର୍ବପୁରୁଷ ଆମ ସୁଖଶାନ୍ତି ପାଇଁ
ପ୍ରଚଳନେ ଏହି ଧରା ।
ପଣାସଂକ୍ରାନ୍ତି,ବାସନ୍ତୀ ଦଶହରା
ଘୋଡାନାଚ ନାବପୂଜା,
ଚନ୍ଦନଯାତ୍ରା ଶୀତଳ ଷଷ୍ଠୀ ରଜ ସାବିତ୍ରୀ ଓଷା ।
ବସୁମତୀସ୍ନାନ ପୂର୍ଣ୍ଣିମା ଯେ ଦେବସ୍ନାନ,
ଶ୍ରୀଗୁଣ୍ଡିଚା ରଥଯାତ୍ରା ସୁଦଶା ବାହୁଡା ସୁନାବେଶେ ମନ
ଗୁରୁପୂର୍ଣ୍ଣିମା ଚିତାଲାଗି ଯାତ୍ରା ତ ଝୁଲଣ,
ଖୁଦୁରୁକୁଣୀ ନୂଆଖାଇ ଗଣେଶ ପୂଜାପୟ ପୁଣି ବଳଦେବ ଜନ୍ମ ।
ଗୁରୁଦିବସ ରାଧାଷ୍ଟମୀ ତାଳନବମୀ ସୁନିଆଁ,
ଅନନ୍ତବ୍ରତ ବାମନଜନ୍ମ ମୂଳାଷ୍ଟମୀ ପୂଜା ବିଶ୍ଵକର୍ମା ।
ମହାଳୟା ଶାସ୍ତ୍ରୀ ଗାନ୍ଧୀଜୟନ୍ତୀ ଦୁର୍ଗାଷ୍ଟମୀ ଦଶହରା,
କୁମାରୋତ୍ସବ ଗଜଲକ୍ଷ୍ମୀ ପୂଜା ଗର୍ଭଣା ସଂକ୍ରାନ୍ତି କାଳୀପୂଜା ହୁଏ ପରା ।
ନାଗପଞ୍ଚମୀ ଗୋଷ୍ଠାଷ୍ଟମୀ ଜଗଦ୍ଧାତ୍ରୀ ଅଁଳାନମୀ,
ସୁଦଶାବ୍ରତ ବଡ଼ଓଷା ବାଲିଯାତ୍ରା ରାସପୂର୍ଣ୍ଣମୀ ।
ଛାଡଖାଇ ଶିଶୁଦିବସ କାର୍ତ୍ତିକେୟ କାଞ୍ଜିଅଁଳା ଓଷା,
ପ୍ରଥମାଷ୍ଟମୀ ଗୀତାଜୟନ୍ତୀପୁଣି ହୁଏ ପଣ୍ଡୁଓଷା ।
ଗୁରୁପୂର୍ଣ୍ଣିମା ବାଟଓଷା ଧନୁସଂକ୍ରାନ୍ତି ଲକ୍ଷ୍ମୀ ନାରାୟଣ ପୂଜା,
ବକୁଳ ଅମାବାସ୍ୟା ବଡ଼ଦିନ ମକର ପୋଙ୍ଗଲ ଶାମ୍ବଦଶମୀ ପୂଜା ।
ପୌଷପୂର୍ଣ୍ଣିମା ଓଳାଶୁଣୀ ମେଳା ବରଦା ଗଣେଶ ଶ୍ରୀପଞ୍ଚମୀ,
କୁମ୍ଭସଂକ୍ରାନ୍ତି ଅଗ୍ନୁତ୍ସବ ଗୁଣ୍ଡୁଣୀ ମାଘସପ୍ତମୀ ।
ମହାଶିବରାତ୍ରି ଦୋଳପୂର୍ଣ୍ଣିମା ଫଗୁଣ ରେ ଫଗୁ ହୋରି,
ଆମ ଐତିହ୍ୟ ଆମ ପରମ୍ପରା ଗର୍ବ ଆଣେ ଆହୁରି ।
ସବୁ ଐତିହ୍ୟ ପରମ୍ପରା ନେଇ ଆମେ ସବୁ ଭାରତୀୟ,
ଏମିତି ସଂସ୍କୃତି କେଉଁଠି ଜଗତେ
ଦେଖି ନାହିଁ ଏ ନୟନ ଦ୍ଵୟ ।
ଆସ ସର୍ବେ ଆମେ ହାତ ହାତ ରଖି
ଏକମନ ଏକପ୍ରାଣେ,
ରଖିବା ଅକ୍ଷୁର୍ଣ୍ଣ ପାଳନ କରିବା ସଦା
ଗୁଣୁଗୁଣେଇବା ମନେ ।
ଗରବେ କହିବା ସରବେ ତ ଆମେ
ଭାରତୀ ମା ସନ୍ତାନ,
ହସଖୁସି ଆନନ୍ଦରେ ବାହି ନେବା
ନରଖି ମନେ ମାନ ଅଭିମାନ ।
ମହାନ ଆମର ପବିତ୍ର ସଂସ୍କୃତି ଭାଇଚାରାର ଏ ଦେଶ,
ଧନ୍ୟ ମଣୁଛି ନିଜକୁ ଆଜି ମୁଁ କରି ଏହିଠାରେ ବାସ ।
