STORYMIRROR

Samar Ballav Bhoi

Others

3  

Samar Ballav Bhoi

Others

ମଣିଷର ନିଦ୍ରା

ମଣିଷର ନିଦ୍ରା

1 min
225


ସକାଳଠୁଁ ସଞ୍ଜ ଯାଏ କର୍ମର ବ୍ୟଗ୍ରତା, 

ବ୍ୟସ୍ତତାର ଭିଡ ଭିତରେ ମଣିଷଟି 

ହଜାଇଥାଏ ନିଜର ବିଶ୍ୱାସ ଓ କର୍ତ୍ତବ୍ୟ.... ।

ବିଶ୍ୱାସର ସରଳତାରେ

କର୍ତ୍ତବ୍ୟର ଭାରାକ୍ରାନ୍ତରେ

ସମୟର ପରିବ୍ୟାପ୍ତତାରେ

ଥକିପଡେ ଏ ଶରୀରଟା

ଅହରହ ଅବିଶ୍ରାନ୍ତର ଲଢେଇ 

ଚାଷୀର ଚାଷ କ୍ଷେତରୁ ଘର ଲେଉଟାରେ

ଶ୍ରମିକର ପରିଶ୍ରମରୁ

ବଜାରରୁ ପରିବା ଆଣିବା

ପିଲାଙ୍କୁ ସ୍କୁଲରେ ଛାଡିବା 

ସ୍କୁଲରୁ ଆଣିବା........

ଔଷଧ ଦୋକାନି ପାଖରେ ଅପେକ୍ଷାରତ 

ଅସମୟ କର୍ମରେ ଧାଡିରେ ଛିଡାହେବା

ନୈତିକ କର୍ମକାର୍ଯ୍ୟର ଲମ୍ବୀଥାଏ 

ଲମ୍ବା ଲମ୍ବା ତାଲିକା....

ଘରର କୋଳାହଳ ଶବ୍ଦରୁ ...

ରୋଷେଇ ଘରର ଖଡ୍ ଖାଡ୍ ଶବ୍ଦରୁ

ଖାଦ୍ୟ ପରଷିବାର ବ୍ୟସ୍ତତାରୁ

କର୍ମର ନିବୁଜ ଆଳୟରୁ...

ଟିକିଏ ତ୍ରାହି ପାଇବାର ନିଶାରେ

ଅପେକ୍ଷାରତ ମଣିଷଟି 

ମନେ ମନେ ଖୋଜୁଥାଏ

ସେହି ବିଶ୍ରାମର ନିରବତା ଓ

ନିଦ୍ରାର ଶାନ୍ତିକାନନ ....... ।



Rate this content
Log in