Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

3  

Hrushikesh Satpathy

Others

ମଣିଷେ ଶିଖାଇ ଦିଅ

ମଣିଷେ ଶିଖାଇ ଦିଅ

1 min
174


ପରଦା ଆଗରେ 
    ତୁମେ ହିଁ ତୁମେ
       ସର୍ବବ୍ୟାପୀ ସର୍ବନାମ ।

ପରଦା ପଛେ ବି
    ତୁମରି ସଂଳାପ
       ସର୍ବଧାମେ ତୁମ ନାମ ।

ମଣିଷ ଜୀବନ
    ତୁମରି ଇଚ୍ଛାରେ
       ଗଢି ,ଗତିଶୀଳ ହୁଏ ।

ସକାଳେ,ସଞ୍ଜରେ
    ସ୍ଥାବର ଜଙ୍ଘମ
       ତୁମ ନାମ ଜପୁଥାଏ ।

କେଉଁ ନାମ ଧରି
    ଡାକିବି ତୁମକୁ
       ନ୍ୟାୟ ଅବା ନାରାୟଣ !

ବିଶ୍ୱ ବ୍ରହ୍ମାଣ୍ଡକୁ
    ନ୍ୟାୟର ସୂତ୍ରରେ
       ବାନ୍ଧି,ଭିଆଅ ଆପଣ ।

ଗ୍ରହରେ ଗ୍ରହରେ
    ନକ୍ଷତ୍ର ମଣ୍ଡଳେ
       ସର୍ବତ୍ର ତୁମ ସଂସ୍ଥାନ ।

ହେଉ ଦିଗ୍ ବିଜୟ
    ଅବା ପରାଜୟ
       ସକଳ ତୁମ ଭିଆଣ ।

ମଣିଷ ଗଢିଲ
    ରଙ୍ଗମଞ୍ଚ ଦେଲ
       ସିଦ୍ଧ ଅଭିନୟ ପାଇଁ ।

ସେଇ ରଙ୍ଗମଞ୍ଚ
    କଳଙ୍କିତ ହେଲା
       ମିଛ ଅଭିନୟ ନେଇ ।

ସାଥି ସହୋଦର
    ବନ୍ଧୁତା ପ୍ରବର
        ମଣିଷ ମାନିଲା ନାହିଁ ।

ଜୀବନ ନାଟକ
    ସଂଜ୍ଞା ହରେଇଲା
        ବାସ୍ତବକୁ ଭୁଲିଯାଇ ।

ମଣିଷ ମୁଁ ସତ
    ତଥାପି ଭୁଲିନି
        ପିତା ପୁତ୍ରର ସମ୍ପର୍କ ।

ସେଇଥି ପାଇଁ ତ
    ଏବେବି ବଞ୍ଚିଛି
        ସୃଜନୀରେ ସୁମହକ ।

ହେ ସୃଷ୍ଟି ,ହେ ସ୍ରଷ୍ଟା
    ପ୍ରଜ୍ଞା ଓ ପ୍ରଚେଷ୍ଟା
        ମୋ'ଜୀବନ ନାଟକର ।

ଉତ୍ତର ବୟସେ
    ପବିତ୍ର ପ୍ରୟାସେ
        ପ୍ରାର୍ଥନା ମୋ'ନିରନ୍ତର ।

ନଗ୍ନ ନାଟକର
    ଯବନିକା ଘଟୁ
        ସତ୍ୟର ହେଉ ଜୟ ।

ମଣିଷ ଭିତରେ
    ମଣିଷ ତିଆରି
       ମଣିଷେ ଶିଖାଇ ଦିଅ ।


Rate this content
Log in