STORYMIRROR

Pranati Mahapatra

Others

3  

Pranati Mahapatra

Others

ମଣିଷ ପ୍ରବୃତ୍ତି

ମଣିଷ ପ୍ରବୃତ୍ତି

1 min
315


ସୃଷ୍ଟିକର୍ତ୍ତା ବ୍ରହ୍ମା ଧରାରେ

କଲେ ସୃଷ୍ଟି ସର୍ଜନା,

କେତେ ଜୀବ ସୃଷ୍ଟି କରିଲେ

ଅଛି ସଭିଙ୍କୁ ଜଣା।

ନର ପଶୁ ପକ୍ଷୀ କୀଟ ଯେ

ସବୁ ତାଙ୍କ ସର୍ଜନ,

ସଯତ୍ନରେ ସିଏ କରିଲେ

ତାହାଙ୍କ ଜୀବଦାନ।

ସଭିଙ୍କ ଜୀବନ ମଧ୍ୟରୁ

ଶ୍ରେଷ୍ଠ କରିଲେ ନର,

ବୁଦ୍ଧି ଜ୍ଞାନ ଆଉ ବିବେକ

ପୁଣି ଦେଲେ ବିଚାର।

ଶ୍ରେଷ୍ଠ ଜୀବ ମଧ୍ୟେ ସର୍ବଶ୍ରେଷ୍ଠ

ଯେ ହେଲା ମଣିଷ,

ସୃଷ୍ଟି କରି ସ୍ରଷ୍ଟା ହୋଇଲେ

ଯେ ପରମ ସନ୍ତୋଷ।

ପାଳନ କରିଲେ ବିଷ୍ଣୁ ତ

ହୋଇ ଯେ ହସହସ,

ଖଞ୍ଜିଦେଲେ ଖାଦ୍ୟ ବସ୍ତ୍ର

ଯୋଗାଇଦେଲେ ବାସ।

ଆଜି ସେ ମଣିଷ ଧରାରେ

ଧରୁଛି ଉଗ୍ରରୂପ,

ଜ୍ଞାନ ବୁଦ୍ଧିରୈ ବଳୀୟାନ କରି ଚାଲଇ ପାପ।

ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର ପରୀକ୍ଷା

କରେ କେତେ,

ଇଶ୍ଵରଙ୍କ ସ୍ଥିତି ନ ବୁଝି

ଅକର୍ମେ ନିତି ମାତେ ।

ଜୀବନର ମାନେ ନ ଜାଣି

ଜୀବନ ନାଶ କରେ,

ବିଭତ୍ସ କାଣ୍ଡ ସେ ଭିଆଏ

ଏହି ଧର୍ମ ଦାଣ୍ଡରେ।

ମାତୃ ଭଗ୍ନୀ ପ୍ରୀତି ଭୁଲିଣ

ଦୁଷ୍କର୍ମ ଆପଣାଏ,

ଧନ ଗର୍ବେ ମତ୍ତ ହୋଇ ସେ

ସମ୍ପର୍କ ଭୁଲିଯାଏ।

ନିଜକୁ ନିଜେ ଶ୍ରେଷ୍ଠ ବୋଲି

ଇଶ୍ଵର ଭୁଲିଯାଏ,

ଅପର ଜୀବନ ନୀଚମଣି

କଷଣ ଦେଉଥାଏ।

ସର୍ବମୟ କର୍ତ୍ତା କାଳିଆ ପ୍ରତି

ହିଂସା ଆଚରେ,

ନୀତିକ୍ରାନ୍ତି ବିଭ୍ରାଟ କରି

ରଖେ ଉପବାସରେ।

ଏମିତି ଜୀବନ କଳିରେ

ଘୋର ବିନାଶ ପରି,

ଦେବତ୍ୱ ଜୀବନ ହରାଇ ରାକ୍ଷସ ଅନୁଚରି।

ଶ୍ରେଷ୍ଠ ଜୀବ ବୋଲି ଦେବଗଣ ଯେ

ଗର୍ବ କରନ୍ତି,

ପଶୁ ବୁଦ୍ଧି ଘେନି ମଣିଷ

ଅନ୍ଧକୂପେ ପଶନ୍ତି।

ନମୋଃ ନୀଳାଦ୍ରି ବିହାରୀ ହେ

ପାଦେ କରେ ଗୁହାରୀ,

ମଣିଷ ଜୀବନ ମଧ୍ୟୁ

କୁପ୍ରବୃତ୍ତି ନିଅ ହରି।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍