ମଣିଷ ପଣିଆ
ମଣିଷ ପଣିଆ
1 min
329
ଅଜଣା ଅଜଣା
ଅଚିହ୍ନା ଅଚିହ୍ନା
ଅଦେଖା ଅଦେଖା ଲାଗ ।
ତଥାପି କାହିଁକି
ଏତେ ଜଣା ଶୁଣା
ଏତେ ଆପଣାର ଲାଗ ।।
ମଣିଷ ଭିତରେ
ମଣିଷ ପଣିଆ
ମହତ ମହତ ଥାଏ ।
ସେଇଥି ପାଇଁ ତ
ଉଦାର ଉଦାର
ବେଭାରେ ବେଭାରେ ହୁଏ ।।
ମାନବ ପଣିଆ
ମଣିଷ ଭିତରେ
ସହଜେ ସହଜେ ଭାଗେ ।
ଚିହ୍ନା ବି ଅଚିହ୍ନା
ଅଚିହ୍ନା ବି ଚିହ୍ନା
ମଣିଷ ପଣିଆ ଆଗେ ।।
