STORYMIRROR

Chittaranjan Nanda

Others

3  

Chittaranjan Nanda

Others

ମଣିଷ କିଆଁ ବୋଲାଉଛ ପ୍ରାଣୀଶ୍ରେଷ୍ଠ

ମଣିଷ କିଆଁ ବୋଲାଉଛ ପ୍ରାଣୀଶ୍ରେଷ୍ଠ

1 min
203

ସଳଖ ପଥରେ ଚାଲିବା ଏ 

ଜୀବନ ରାସ୍ତାରେ

ବିଶ୍ୱାସୀ ମଣିଷଙ୍କୁ ମନରେ 

ରଖିବା ବିଶ୍ୱାସରେ (1)


ବିପଦ ଆସିବ ବିପଦକୁ ନଡରି 

ସାମନା କରିବା  

ନଇଁ ପଡ଼ିବାନି ଦୃଢ ମନୋବଳ 

ଅନ୍ତରେ ରଖିବା (2)


ବିଶ୍ୱାସ ସ୍ନେହ ବଳେ ବିଷଧର ନାଗ 

ହୁଅଇ ପାଳିତ

ବିଶ୍ୱାସ ବଳରେ ବିଭୁ କୃପା ଜୀବନେ

ହୁଏ ପ୍ରାପତ (3)

 

ବିଶ୍ୱାସରେ ପାଷାଣକୁ ଦେବା ଦେବୀ 

ବୋଲି ପରା ପୂଜୁଛେ 

ପ୍ରକୃତି ସୃଷ୍ଟିରେ ନାହିଁ ତ ଭେଦ ଭାବ  

ତେବେ କିଆଁ ରଖୁଛେ ।(4)


ନଥାଇ ବିବେକ ପଶୁ ମଣିଷର ପାଖେ

ରହିଥାଏ ତ ବିଶ୍ୱସ୍ତ

କିପରି ହେଉଛ ଅବିଶ୍ୱାସୀ ହେ ମଣିଷ

ସମାଜ ବୋଲାଉଛ ପ୍ରାଣୀ ଶ୍ରେଷ୍ଠ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍