STORYMIRROR

Chinmayee Kanta

Others

3  

Chinmayee Kanta

Others

ମଣିଷ ଜୀବନ

ମଣିଷ ଜୀବନ

1 min
169

ସୁଲୁ ସୁଲୁ ପବନରେ ଏକ ନିଛାଟିଆ ସ୍ଥାନରେ

ବିରାଟ ବୃକ୍ଷର ଛାଇତଳେ ବସି ମୁଁ

ଅନାଇ ବସେ ଦୂର ପରିବେଶକୁ 

ଦେଖେ କେତେ ଜୀବ କେତେ ବିହଙ୍ଗ

ପୁଣି କେତେ ପ୍ରଜାତିର ବୃକ୍ଷ ତା ସହିତ

ସବୁଜ ପତ୍ର ମଧ୍ୟରୁ ମୁରୁକି ହସରେ

  ଅନାଇ ରହିଥାଏ ଟିକି ଛୋଟିଆ ପୁଷ୍ପ....

ଯେତେ ବେଳେ ସୂରିଲୀ କଣ୍ଠରେ

ଚଢେଇର ଶବଦ କାନକୁ ଆସି ବାଜେ

ଖାଲି କାନକୁ ସୁନ୍ଦର ଲାଗେନି

 ପୁରା ହୃଦୟ ହୋଇଯାଏ ପବିତ୍ର.....

ଲାଗେ.. ସେଇ ଚଢେଇ ଟିଏ ହୋଇ

ଗାଇ ଗାଇ କରନ୍ତି ସଭିଙ୍କୁ ମନୋରଞ୍ଜନ

ଆଉ ଜିତି ଚାଲିଥାନ୍ତି ସଭିଙ୍କ ମନ..

କେତେ ବେଳେ ଲାଗେ ହୋଇ ଯାଆନ୍ତି କି

ଏକ ବିଶାଳ ବୃକ୍ଷଟିଏ 

ଚଳନ୍ତା ବାଟରେ ଥକିଯାଇଥିବା ପ୍ରତ୍ୟେକ ଜୀବକୁ

ଦେଇ ଚାଲିଥାନ୍ତି ଛାଇ ଟିକିଏ....

ପୁଣି ଲାଗେ ହୋଇ ଯାଆନ୍ତିକି ସେଇ

ସୁନ୍ଦର ଟିକି ଫୁଲ ଟିଏ 

ମନ ମୋହି ନେବି ସଭିଙ୍କ ପାଖରୁ

ଯିଏ ମତେ ଭଲ ପାଏ...

 ହେଲେ ପୁଣି ଏ ହୃଦୟ ଘୁଞ୍ଚିଯାଏ

 ହାତକୁ ମୁଣ୍ଡରେ ଟିକିଏ ବାଡେଇ ଭାବେ

 ଧେେତ୍ କି ଭାବନା ;;;

 ମଣିଷ ଜୀବନ ପାଇ ମୁଁ ସାର୍ଥକ

  ଆଜି ଏ ଦୁନିିଆରେ 

 କିମ୍ପାାଇଁ ଲଭିବି ଅନ୍ୟ କିଛି ଜନ୍ମ

 ଏଇ ଛୋଟିଆ ଜୀବନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍