ମଣିଷ ହେଲୁ କେମିତି
ମଣିଷ ହେଲୁ କେମିତି
1 min
131
କି ଟିକ ଟକ ହେଲା
ସମସ୍ତଙ୍କୁ ବାୟା କଲା
ସାତ ରୁ ସତୁରୀ ଯିଏ ପାରିଲା
ଟିକଟକେ ନାଚ କଲା,,
ଶାଶୂ ନାଚିଲା ଶଶୁର ନାଚିଲା
ଝିଅ ନାଚିଲା ଜ୍ୟୋଇଁ ନାଚିଲା
କି ବେଳକାଳ ଆସିଲା
ଟିକଟକ ଆସି ସଂସ୍କାର, ସଂସ୍କୃତି
ସବୁକୁ ନଷ୍ଟ କରିଲା,
ଯାହାର ଇଚ୍ଛା ସେ ନାଚିଲା
ଆମର କଅଣ ଗଲା
ନବଜାତ ଶିଶୁ ବାଦ ପଡ଼ିଲାନି
ମଣିଷ ତଳକୁ ଗଲା,
ଧନ୍ୟ ଧନ୍ୟ ରେ ମଣିଷ ଜାତି
ହିତାହିତ ଜ୍ଞାନ ପଛରେ ପକେଇ
ମଣିଷ ହେଲୁ କିମିତି,
