Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ମଣିମା କରିବେ କ୍ଷମା

ମଣିମା କରିବେ କ୍ଷମା

1 min
7.1K



• ରାଗ—ବିହାଗ

• ତାଳ—ଖେମଟା

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ବଡ଼ ନାଟୂଆ ମୋ କାଳିଆ ସୁନା

• ସହି ନପାରନ୍ତି ଗରବ ଗରିମା

• ଅହଂକାର ଭରା ବଡିମା , ବଡ଼ ନାଟୁଆ ମୋ କାଳିଆ ସୁନା…।।


• କେତେ ପାପ ଆଉ କରିବୁରେ ନର

• ଅମାପ ଏପାପ କି ଅବା ଆବର

• ଅଛି କରିବାକୁ ଅର୍ଥ ଲୋଭି ପସୁ

• ନାହିଁ ଭକ୍ତି ଆରାଧନା , ବଡ଼ ନାଟୁଆ ମୋ କାଳିଆ ସୁନା…।।


• ବଡ଼ କପଟିଆ ବଳିଆ,କାଳିଆ

• ମଧ୍ୟେ ମହାମାୟୀ ଦେବୀ ଯୋଗମାୟା

• ବ୍ରହ୍ମ ନିରାକାର ବିଜୁଳି ପ୍ରକାର

• ସେହି ସତ୍ୟ ସମ୍ଭାବନା , ବଡ଼ ନାଟୁଆ ମୋ କାଳିଆ ସୁନା ।।


• ଅନୀତି, ଦୁର୍ନୀତି ତ୍ୟାଗି ଅପକର୍ମ

• ଦୟା,କ୍ଷମା,ଧୃତି ପଣେ କରି କର୍ମ

• ସେବି ରମାପତି ମନାସ ମିନତୀ

• ପାଇବୁ ତାର କରୁଣା , ବଡ଼ ନାଟୁଆ ମୋ କାଳିଆ ସୁନା ।।


• ମହାବାହୁ ବାହୁ ପ୍ରସାରି ଅଛନ୍ତି

• ତା ଶରଣେ ଥରେ ଯାଅ ମନ୍ଦମତି

• କହଇ ପ୍ରଫୁଲ୍ଲ ତା, ମହିଁମା ଅପାର

• ମଣିମା କରିବେ କ୍ଷମା , ବଡ଼ ନାଟୁଆ ମୋ କାଳିଆ ସୁନା…।।


Rate this content
Log in