STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ମଙ୍ଗଳମୟ ପ୍ରଭାତ

ମଙ୍ଗଳମୟ ପ୍ରଭାତ

1 min
198


ପ୍ରଭାତୁ ଉଠିଣ ଶେଯରୁ କର କର ଦର୍ଶନ,

ଲକ୍ଷ୍ମୀ, ସରସ୍ଵତୀ, ଗୋବିନ୍ଦ ତହିଁ ତାଙ୍କ ଆସ୍ଥାନ।

ପରମେଶ୍ବରଙ୍କ ଉଦ୍ଦେଶ୍ୟେ ବାଢ ଭକ୍ତି ନୈବେଦ୍ୟ,

ମାନବ ଜୀବନ ପାଇଛ ଜଣାଅ ଧନ୍ୟବାଦ।

ମାଆ ମାଟି ଛୁଇଁ ପ୍ରଣାମି କର କ୍ଷମା ପ୍ରାର୍ଥନା,

ତା ଉପର ଦେଇ ଚାଲିବ ଦେଇ ତାକୁ ଯାତନା।

ଯୁକ୍ତାତ୍ମକ କଥା ଚିନ୍ତିବ ଶୁଭେ କଟିବ ଦିନ,

କାୟ,ମନ, ବାକ୍ୟେ ନ କର କା' ଅହିତ ଚିନ୍ତନ।

ତଥାସ୍ତୁ ମୁଦ୍ରାରେ ଥାଆନ୍ତି ସଦା ପରମେଶ୍ବର,

ଯେପରି ଚିନ୍ତିବ ପ୍ରଭାତୁ ତାହା ପାଇବ ବର।

ସୁନ୍ଦର ଶରୀର, ପ୍ରକୃତି ସବୁ ତାଙ୍କର ଦାନ,

ଯାହା ଦେଖୁଅଛ ସୃଷ୍ଟିରେ ତାହା ତାଙ୍କ ଭିଆଣ।

ସର୍ଜନା ଦେଖିଣ ତାଙ୍କର ଯଦି ଉଠୁଛି ପ୍ରଶ୍ନ,

ଖୋଜ ତା ଉତ୍ତର ସୂକ୍ଷ୍ମରେ ପାଇଯିବ କାରଣ।

ଯେତେ କୃପା ତାଙ୍କ ବର୍ଣ୍ଣିବା ସବୁ ହୋଇବ କମ୍,

ନମସ୍କାର କରି ପ୍ରଭାତୁ ଦିନ କର ଆରମ୍ଭ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍