STORYMIRROR

Ajit Kumar Raut

Children Stories

3  

Ajit Kumar Raut

Children Stories

ମଙ୍ଗଳମୟ ହେଉ ଜନ୍ମଦିନ

ମଙ୍ଗଳମୟ ହେଉ ଜନ୍ମଦିନ

1 min
242


ସବୁ ବୈଭବରେ ପରିପୂର୍ଣ୍ଣ ହେହୁ

ଜୀବନ ଯାତ୍ରାଟି ତୋର,

କୃପାସିନ୍ଧୁଙ୍କର କୃପା ଦୃଷ୍ଟି ହେଉ

ପୁରୁ ଅଭିଳାଷ ତୋର।୧।


ସୁନା ଝିଅ ମୋର ହୃଦୟ ରତନ

ମିଠା ମିଠା କଥା କହୁ,

ତୋ କଥା ଶୁଣିଣ ରାଗୁ ଥାଏ ମୁହିଁ

ରାଗି ପୁଣି କଥା କହୁ।୨।


ସୁନା ଝିଅଟି ହିଁ ଖୁସିରେ ରହିବୁ

ଜୀବନେ ମିଳୁ ଗୌରବ,

ଜନ୍ମଦିନେ ତୋର ବାବୁ ଆଶୀର୍ବାଦ

ଅପୂର୍ବ ହେବ ଗୌରବ।୩।


ସ୍ନେହ ଶ୍ରଦ୍ଧା ମୋର ତତେ ମିଳୁଥିବ

କିନ୍ତୁ ନାହିଁ ତିଳେ ତହିଁ

ସବୁ ଆବଶ୍ୟକ ପୂରଣ ହୋଇବ

ହୋଇବୁ ବିଜୟୀ ତହିଁ।୪।


ଗୁରୁଜନ ପ୍ରତି ଆଦର ରଖିବୁ

ସତ୍ୟପଥ ହେଉ ତୋର,

ଧର୍ମ ପଥେ ସଦା ମନ ଦେଉ ଥିବୁ

ମନ ମୋହୁ ଥିବୁ ମୋର।୫।


ଜଗତର ନାଥ ପ୍ରଭୁ ଜଗନ୍ନାଥ

ସୁଦୟା କରିବେ ତୋର,

ମନୋବାଞ୍ଛା ସବୁ ପୂରଣ ହୋଇବ

ଆଶୀର୍ବାଦ ନିତ୍ୟେ ମୋର।୬।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଜନ୍ମଦିନରେ ହିଁ ତୋର,

ତୋର ବାବୁ ଦିଏ ଆଶୀର୍ବାଦ ତତେ

ଖୁସି ମିଳୁ ନିରନ୍ତର।୭।


ସବୁ ବୈଭବରେ ପରିପୂର୍ଣ୍ଣ ହେଉ

ଜୀବନ ଯାତ୍ରାଟି ତୋର,

କୃପାସିନ୍ଧୁଙ୍କର କୃପା ଦୃଷ୍ଟି ହେଉ

ପୁରୁ ଅଭିଳାଷ ତୋର।୮।




Rate this content
Log in