STORYMIRROR

Rama chandra Pradhan

Others

3  

Rama chandra Pradhan

Others

ମନେପଡ଼ ତୁମେ

ମନେପଡ଼ ତୁମେ

1 min
279

ମନେପଡ଼ ତୁମେ ବରଷା ଆସିଲେ

ଘୋର ଗରଜନ କରି

ଦେହ ମନ ମୋର ଶୀତେଇ ଉଠଇ

ବିରହେ ହୁଏ ମୁଁ ଘାରି l

ମନେପଡ଼ ତୁମେ ଫଗୁଣ ଆସିଲେ

ମଳୟର ବାସ୍ନା ବହି

କୋକିଳର ସେହି କୁଳୁକୁଳୁ ସ୍ୱର

ମୋ ମନକୁ ଦିଏ ବହି l

ମନେପଡ ତୁମେ ଶୀତୁଆ ରାତିରେ

କେଜାଣି କାହିଁକି ଭାରି

ଶୀତର ଦାଉଟା ସହିହୁଏ ନାହିଁ

ତୁମ କଥା ହୁଏ ଝୁରି l



Rate this content
Log in