STORYMIRROR

Tapan Kumar Biswal

Children Stories Inspirational Children

3  

Tapan Kumar Biswal

Children Stories Inspirational Children

ମନେପଡେ

ମନେପଡେ

1 min
438


ମନେପଡେ ଆଜି ମୋର 

ସେଇ ପିଲାଦିନର କଥା

ସେଇ ଅଗଷ୍ଟ ମାସ ପନ୍ଦର ତାରିଖ

ହାତରେ ଥାଏ ତ୍ରିରଙ୍ଗା ପତାକା

ପକେଟ ଭିତରେ ପୁଳା ପୁଳା ଚକଲେଟ

ବାଣ୍ଟି ଦେଉ ସାଙ୍ଗ ସାଥୀଙ୍କ ମେଳରେ ll


ସେ ଚକଲେଟ ବାଣ୍ଟିବାରେ ବି 

ଥାଏ ଅପୂର୍ବ ଆନନ୍ଦ

ମନ ନାଚିଉଠେ ସ୍ୱାଧିନତା ଦିବସ ଅବସରରେ

ଭରିଯାଏ ଦେହରେ ଅପୂର୍ବ ଶିହରଣ

ଶୁଣି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରୁ

ଦେଶପ୍ରେମୀର ଅପୂର୍ବ ଗାଥା ll


ଏବେ କିନ୍ତୁ ସମୟ ବଦଳିଛି

କିନ୍ତୁ କମି ଯାଇନାହିଁ

ଆଗର ସେ ଉତ୍ସାହ

ବରଂ ବହୁଗୁଣିତ ହୋଇଛି

ବର୍ତ୍ତମାନର ପରିସ୍ଥିତିରେ ll


ପିଲାଦିନର ସେ କଥା

ଏବେ ମଧ୍ୟ ଗୁଞ୍ଜରିତ ହେଉଛି

ପ୍ରେରଣା ଯୋଗାଉଛି

ଅନ୍ୟ ମାନଙ୍କୁ ପ୍ରେରଣା ଦେବାପାଇଁ ll


ସତରେ ଆମ ଦେଶ

ବହୁତ ମହାନ

ବିଭିନ୍ନତା ମଧ୍ୟରେ ଏକତା ହିଁ

ଆମର ସର୍ବଶ୍ରେଷ୍ଠ ପରିଚୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍