STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ମନେପଡେ ଯେବେ

ମନେପଡେ ଯେବେ

1 min
191

ମନେ ପଡେ ଗାଆଁ ମୁଣ୍ଡ ଚକା ବର ଗଛ

ତା ମୂଳରେ ଚାରି ପଟେ ରମ୍ୟବେଦୀ ଚିତ୍ର

ମନେ ପଡେ ତା ଡାଳରେ ଗୁଣ୍ଡୁଚିଙ୍କ ଖେଳ

ମନେ ପଡେ ତାର ଲମ୍ବା ସୁନ୍ଦର ଓହଳ ।।


ମନେ ପଡେ ପକ୍ଷୀଙ୍କର କାକଳୀର ସ୍ଵର

ମନେ ପଡେ ତାଛାଇରେ ପବନ ଶୀତଳ

ମନେ ପଡେ ଆଜି ମୋର ସେହି ଚକା ବର

ସମ୍ପର୍କ ନଦୀର ତୀରେ ତା ରୂପ ସୁନ୍ଦର ।।


ପିଲାଦିନେ ତା ଓହୋଳେ‌ ଦୋଳି ମୁଁ ଖେଳିଛି

ଖରାବେଳେ ତା ଛାଇରେ ସମୟ କାଟିଛି

ଧନ ଗହମ ଦେଇ ମୁଁ ଗୁଣ୍ଡୁଚି ସାଥିରେ 

ଅକ୍ଳେଶରେ ଧରେ ତାକୁଖାଦ୍ୟ ବାହନାରେ ।।


ହଳଦୀ ବସନ୍ତ କୁମ୍ଭାଟୁଆ,ଶୁଆ ଶାରୀ 

ଗୀତ ଶୁଣି ଶୁଣି ଯାଇଛି ମୋ ମନ ଭରି

ନିଦାଘେ ବାଟୋଇ ଆଶ୍ରୟ ତା ଛାଇ ତଳେ 

ସେ ଛବି ଏବେ ଅଙ୍କିତ ମୋ ହୃଦ ପଟଳେ ।।


ଅନେକ ପଥ ମୁଁ ଅତିକ୍ରମି ଶେଷ ପ୍ରାନ୍ତେ

ମନେ ପଡେ ସେହି ପୂର୍ବ ସ୍ମୃତି ସବୁ ଯେତେ

ଅନେକ ଦିନରୁ ଛାଡି ସେ ସେନେହ ପ୍ରେମ

ମନେ ପଡେ ଯେବେ ଆନ୍ଦୋଳିତ ହୁଏ ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍