STORYMIRROR

CHINMAYEE PRADHAN

Others

4  

CHINMAYEE PRADHAN

Others

ମନେପଡେ ପିଲାଦିନ

ମନେପଡେ ପିଲାଦିନ

1 min
275

ପାହାଡ ଫାଙ୍କରେ ସକାଳ ସୂରୁଜ 

ବିଞ୍ଚୁଥିଲା ଦିନେ ରଙ୍ଗର ମୁରୁଜ 

କାକର ବିନ୍ଦୁରେ ଯେବେ ପଡୁଥିଲା 

ସୁନେଲି କିରଣ ସୂର୍ଯ୍ୟର 

ଚିକିମିକି କରୁଥିଲା ସାରା ଘାସ

ସତେ ଅବା ଚମକ ଅଟେ ହୀରାର 

ଗୋବର ଲିପା ଖଳାରେ ପଖାଳ 

ସାଙ୍ଗେ ବଡି ଚୁରା , ବାଇଗଣ ଶାଗଭଜା 

ଖାଇଛି ଯିଏ ପାଇଛି ସିନା ତାର ମଜା 

ବୋହୁବୋହୁକା ଖେଳ ପୁଣି ମିଛି ମିଛିକା

 କଡେଇରେ ଭାତ ତରକାରୀ ରନ୍ଧା 

ନ ଖାଇଲେ ମାମୁଁଘର ପୋଡ଼ିବାର ଡର 

ରାଜାରାଣୀ ଚୋରପୁଲିସ ଛକିଶୂନ କିତିକିତି  

ବାଡି଼ଡିଆଁ ବୋହୁଚୋରି ଖେଳ 

ଲାଗୁଥିଲା ମଜା ଯେବେ ପୁଣି 

ଗାଁ ଦାଣ୍ଡେ ହେଉଥିଲେ ପିଲାମାନେ ମେଳ 

ସାରୁ ପତ୍ରେ ଧରୁ ଥିଲେ କେତେ କଙ୍କି 

ଧରୁଥିଲେ ଲୁଚି ପ୍ରଜାପ୍ରତି 

ବର୍ଷା ହେଲେ କାଗଜର ଡଙ୍ଗା 

ଓଳି ପାଣି ପୁଣି ଓଦା ଅଧା ଅଧା 

ଖରା ବେଳେ ଘର ଲୋକ ସୋଇ ଗଲା ପରେ 

ଲୁଚି ଲୁଚି ଧୀରେ ଯାଇ ଆମ୍ବ ଗଛ ମୂଳେ

 କଞ୍ଚା ଆମ୍ବ ଲଙ୍କା ଲୁଣ ତେନ୍ତୁଳିର ପାଣି 

ସାଙ୍ଗ ହେଉଥିଲେ କେତେ ପୁଣି କରୁଥିଲେ କଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍