STORYMIRROR

Satyabati Swain

Children Stories

3  

Satyabati Swain

Children Stories

ମନେ ପଡେ

ମନେ ପଡେ

1 min
364

ମନେ ପଡେ ପିଲାଦିନ

ଗାଁ ଦାଣ୍ଡ ବାଲିଘର

ବୋହୁ ବୋହୁକା ଖେଳ।


ଖୋଜେ

ଗାଁ ଦାଣ୍ଡେ ହୁଗୁଳା

ପେଣ୍ଟ ଟେକି

ଟାୟାର ଗଡେଇବା ଖୁସି।


ଝୁରେ

ମାଆ କାଖେ ଥାଇ

ଜହ୍ନ ଦେଖିବା ଆନନ୍ଦ।


ଅଣ୍ଡାଳେ

ଅଳ୍ପରେ ସନ୍ତୁଷ୍ଟ ହେଉଥିବା

ନିଷ୍ପାପ ମନ।


ବାଉଳି ହୁଏ

ବାପାଙ୍କ ଶାସନ

ସାର୍ ଙ୍କ ବେତ ପାହାର।


ରୁନ୍ଧି ହେବାକୁ ଚାହେଁ

ଆକାଶ କେଉଁଠି ସରିଛି

ସମୁଦ୍ର ସେପଟେ କାହା ଘର

ଜେଜେ ଆକାଶର କେଉଁ ତାରା 

ସୂର୍ଯ୍ୟ କୁଆଡେ ଯାଆନ୍ତି

ରାତି ହେଲେ

ପ୍ରଶ୍ନ ମାନଙ୍କ ଭିତରେ।


କିନ୍ତୁ ହାଏ

ଏବେ ବା ବଡ଼ ହୋଇଛି

ବହୁ ପଛେ ହଜେଇ ଆସିଛି

ଅପାସୋରା

ଅଣ ଲେଉଟା ପିଲା ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍