ମନ୍ଦମଳୟର ମୃଦୁ ଝଟକାରେ
ମନ୍ଦମଳୟର ମୃଦୁ ଝଟକାରେ
1 min
288
ମନ୍ଦମଳୟର ମୃଦୁ ଝଟକାରେ
ସେଦିନ ଶୀତୁଆ ସକାଳର,
କଅଁଳ ଖରାରେ ଝଲ୍ସା ପବନ
ପ୍ରାଚୀର ସଦୃଶ କୁହୁଡ଼ିର ଗର୍ଭକୁ ଦୋହଲାଇ ଦେଉଥିଲା
କିଛିକ୍ଷଣରେ ବୃକ୍ଷର ଡାଳରୁ ଖସିପଡୁଥିଲା,
ମନ୍ଦାଏ ମନ୍ଦାଏ ପୁରାତନ ପତ୍ର
ମନ୍ଦମଳୟର ମୃଦୁଝଟ୍କାରେ ।
ଆମ୍ବବଉଳର ଡାଳେ ଡାଳେ
କୋଇଲିର କୁହୁ କୁହୁ ତାନ
ବନଜଙ୍ଗଲରେ ବୃକ୍ଷପତିତ ପତ୍ରର ଖନ୍ ଖନ୍ ଶବଦ
ଆଉ ସୁନେଲି କିରଣର କଅଁଳ ସ୍ପର୍ଶ
ପଲ୍ଲୀବାସୀଙ୍କ ଆନନ୍ଦ ଅସୀମ
ସାଉଁଟି ଶୀତଗର୍ଭୁ ସ୍ୱର୍ଣ୍ଣ ଧାନର ସୁନାମ
ଚାଳ ଘରର ଜାଉଁଳା ତାଟିଟି,
ଦୋହଲି ଆସିଯାଏ ମଝିରେ ମଝିରେ
ମନ୍ଦମଳୟର ମୃଦୁ ଝଟକାରେ।.....
