ମନ
ମନ
1 min
401
ମନ ଯେଉଁଠି ସରିଯାଏ
ସେହି ପାହାଡ ଉହାଡେ...
ସକେଇ କାନ୍ଦୁଥିବା
ଅଲଣା ଲୁଣିଆ ଲୁହରେ
ତୋଳୁଥିବା ଘର....
ଲୁଣ ଅରହାକୁ ପଛକରି
ନାକ ପୋଛୁଥାଏ,
ସେହି ମଳିଆ ଲୁଗା କାନିରେ....
ସାଇତା ହୋଇଥିବା ଅହ୍ମାରରେ
ବାଟ ନଥାଏ ,
ସେହି ଟିକି ଘରଚଟିଆ ପାଇଁ ....
ପ୍ରଗଳ୍ଭ ଗାଳ୍ପିକର ଆତ୍ମାହୁତି
ଧମକରୁ କିଛି .....
ତେଲ ଲୁଣ ଅଭାବର ଶେଷ ଚିଠି ....
ପାଳକନା ପରି ଘରକଣରେ ପଡିଥିବା
ଶାଶୁବୁଢୀ.....
ଟୋକାବେଳୁ ଅସଜଡା
ସୁରାପିଆଲା ଧରା ଶ୍ୱଶୁର.....
ଗରଳ ପିଇଲା ପରି
ଅମୃତ କୋଳରେ ,
ପାଟିରେ ବୁଢାଆଙ୍ଗୁଠି ପୁରା ଛୁଆ.....
ଓଦା କାଠରେ ସେଁ ସେଁ ଚୁଲି ......
ନିଆଁରେ ଢାଳୁଥାଏ ଅହରହ ତେଲ...
ନିଆଁରେ ଢାଳୁଥାଏ ଅହରହ ତେଲ...
ସକେଇ କାନ୍ଦୁଥିବା ମନ
ଯେଉଁଠି ସରିଯାଏ
ସେହି ପାହାଡ ଉହାଡେ.....
