STORYMIRROR

Jagannath Barik

Others

3  

Jagannath Barik

Others

ମନ

ମନ

1 min
355

ପାଗଳାରେ ପାଗଳାରେ

 ପାଇଛୁ ଅମୂଲ୍ୟ ଧନ

ଧରିକି ବୁଲୁଛୁ ଚିହ୍ନି ନପାରୁଛୁ

 ସେହି ପରା ତୋର ମନ |(ପଦ )


ପବନ ବିଜୁଳିଠାରୁ ବେଗଶାଳୀ

  ମେରୁଠାରୁ ଗରୀୟାନ

ନିୟତ ଚଞ୍ଚଳ କେବେ ନୁହେଁ ସ୍ଥିର

  ପରମାଣୁଠାରୁ ସାନ,

ମତ୍ତହସ୍ତୀ ବତ ସତତ ପ୍ରମତ୍ତ 

 ଇନ୍ଦ୍ରିୟଗଣେ ରାଜନ |(1)


ଯେମିତି ତା ଗତି ସେମିତି ତା ଶକ୍ତି

  ବେଗ ତାର ଅନିବାର୍ଯ୍ୟ 

ନିମିଷେ ଭ୍ରମଇ ସସାଗରା ମହୀ

  ଗମେ ଅତିନ୍ଦ୍ରିୟ ରାଜ୍ୟ

ହୋଇଲେ ପ୍ରସନ୍ନ ନେଇଯିବ ମନ

  ବଇକୁଣ୍ଠ ବୃନ୍ଦାବନ |(2)


ଏଇ ମନ ବଦ୍ଧ ମୋକ୍ଷର କାରଣ

  ମନ ହିଁ ସରଗ ନର୍କ 

ଭଲରେ ଏ ଭଲ ଅଭଲରେ ଭେଲ

  ପ୍ରୟୋଗେ କର ସାର୍ଥକ 

ଏଇ ମନ ଅଶ୍ୱ କରିଲେ ତୁ ଵଶ

  ଅସାଧ୍ୟ ହେବ ସାଧନ |(3)


ବିଜୁଳି ଧରିବା ପବନ ଫାନ୍ଦିବା

  ଦୂରୁହ ତା ନିୟନ୍ତ୍ରଣ  

ଚିର ଯଉବନ ଅଟେ ଏଇ ମନ

  ମନ ମୂଳେ ଭଗବାନ 

ଭାଷେ ଜଗନ୍ନାଥ ମନକୁ ଆୟତ୍ତ

  ଅଟଇ ପରମ ଜ୍ଞାନ |(4)



Rate this content
Log in