STORYMIRROR

Sunanda Mohanty

Others

3  

Sunanda Mohanty

Others

ମନ ତୁମର

ମନ ତୁମର

1 min
11.6K


ମୋ ଘରକୁ ଆସିବ

କି ନ ଆସିବ

ମନ ତମର 

ବିପଦେ ଆପଦେ 

ଠିଆ ହେବାକୁ ତ 

ଥରେ ବିଚାର କର 

ବଡ ବଡ ଚକାଆଖି 

କି ଦେଖୁଛ ମାଖିମୁଖୀ 

ଚନ୍ଦନ ଯାତ ତୁମର 

ରଥଯାତ୍ରା ରେ ଯିବ

ମାଉସୀ ଘର ନା 

ବଡ଼ଦେଉଳେ 

ରହିବ ଏଥର 

ମନ ତମର 

ବଡ଼ଦାଣ୍ଡେ ଥରେ 

ବରଷକ ପରେ 

ଆସିବା ଇଚ୍ଛା ତୁମର 

ମାରିବ କି ତାରିବ 

ରଖିବ କି ପରଖିବ

ଜାଣ ବେଭାର 

ମୋ ନୟନ ଦୁଇ 

ବୋଲ ଜମା ମାନୁନାଇଁ 

ଦେଖିବାକୁ ତୁମକୁ

ରଥ ଉପର 

ତୁମକୁ ଏଥର 

ବୋଧହୁଏ ତୁମେ

ଆସିପାର ନ ଆସିପାର

 ମନ ତୁମର 

ମୁଁ ବି ଦେଖିପାରେ 

ନ ଦେଖି ପାରେ 

ଚକା ଆଖି କୁ 

ରଥ ଉପର 

ହେଲେ ମନ କାହାର?


Rate this content
Log in