STORYMIRROR

Prafulla Chandra Mishra

Others

4.3  

Prafulla Chandra Mishra

Others

ମନ ମାନେନା

ମନ ମାନେନା

1 min
813


• ମନ ମାନେନା

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• ---------- -------------------- ----------

• ମନ ମାନେ ନା , ଦେଖି ଚନ୍ଦ୍ରମୁଖୀ ରୂପା ଜୋଛନା

• କରେ ଆନମନା ତୋ ଆଳାପ ବୀଣା

• ପୋଡ଼ା ହୃଦୟେକି ଚନ୍ଦନ ବିଲେପ

• ବସନ୍ତ ଦୂତ ର ଗୀତ କିନା ।, ମନ ମାନେନା …..।।

• ମନ ମାନେ ନା , ମୁଁ ଯେ ଲବଣୀ ପିତ୍ତୁଳା ଲଳନା

• ରଖିଛି ସାଇତି ମଧୂର ବାସନା

• ଅଳି ଗୁଞ୍ଜନ ରେ ମଧୂପ ସ୍ଵରରେ

• ହୋଇଯାଏ ମୁଁ ଯେ ଆନମନା ।, ମନ ମାନେନା….।।

• ମନ ମାନେ ନା , ମାର ପୁଷ୍ପ ଶର ଦର୍ପ ଦଳନା

• ଚାରୁ ଚମ୍ପକ ରେ ନବୀନ ଯୈବନା

• ସାହାରା ମରୂର ନିର ସମ ସଖୀ

• (ମୋ) ପ୍ରେମ ମରୂ କଲୁ ସବୁଜିମା ।, ମନ ମାନେନା…..।।

• ମନ ମାନେ ନା , ମଧୂମକ୍ଷୀ ଗାଏ ଭ୍ରମର ବୀଣା

• ଶୁଣି ଅଧୀରେ ମୁଁ (ହୁଏ) ଉଚ୍ଚାଟ ମନା

• ଆଶ ପ୍ରୀୟ ସଖା ଅଳସୀ କଳି ମୁଁ

• ପ୍ରେମେ ମଧୂପାନେ ଦିଅ ଚୁମା ।, ମନ ମାନେନା…..।।

• ମନ ମାନେ ନା , ଯେତେ ଦେଖିଲେ ପ୍ରସୂନ ଲପନା

• ନୂଆ ଲାଗୁଥାଉ ଆରେ ପ୍ରୀୟତମା

• ଆହାକି ପବିତ୍ର ଅଭୁଲା ତୋ ପ୍ରେମ

• ଯହିଁ ନାହିଁ ରେ କପଟ ଛଳନା ।, ମନ ମାନେନା….।।





Rate this content
Log in