STORYMIRROR

Bishnupriya Panda

Children Stories

4  

Bishnupriya Panda

Children Stories

ମନ କୁ କରିବl ସରଳ

ମନ କୁ କରିବl ସରଳ

1 min
6


ଚଞ୍ଚଳ ମନଟି ଆକାଶେ ଉଡ଼ଇ 

ପାଣିରେ ବୁଡ଼ଇ କେବେ 

କେବେ ହସେ କେବେ କାନ୍ଦେ 

ପୁଣି କେବେ ଭାଷଇ ତ ଭବାର୍ନବେ l


ଭାବନା ରାଜ୍ୟରେ ବୁଡ଼ିଯାଏ କେବେ 

ସରଗ ରାଇଜେ ଉଡେ 

ମନ ଭ୍ରମର ଟି ଧାଇଁ ଧାଇଁ ଯାଇ 

ସପନ ର ସିଡ଼ି ଚଢେ 


ଜଟିଳ ମନକୁ ସରଳି କରଣ 

କରିବାକୁ ଯେବେ ହେବ 

ଜୀବ ଜନ୍ତୁ ସହ ମାନବ ସମୂହ 

ସେବ ହେ ରାଧାମାଧବ l


କ୍ରୋଧ ଲୋଭ ମୋହ ମାୟା କୁ ତେଜିଲେ 

ମନ ହୋଇବ ସରଳ 

ସଭିଙ୍କୁ ସମାନ ଭଲ ପାଇଥିଲେ 

ମନର ଗତି ଶିଥିଳ 


ଏକଳି କାଳରେ ସରଳ ମନଟି 

ଅସୁବିଧାରେ ପଡ଼ଇ 

ଜଟିଳ ଜାଗାରେ ସରଳ ହୋଇଲେ 

ବିପତ୍ତି ମାଡି ଆସଇ l


ଭାବିଚିନ୍ତି ମନ ସରଳ କରିବ 

ନୋହିଲେ ହୋଇବ ଦଙ୍ଗା 

ଏ ଜନ ସମୁଦ୍ର ମଝିରେ ତୁମର 

ବୁଡ଼ିଯାଇ ପାରେ ଡ଼ଙ୍ଗା l


ସରଳ ମନର ଦୃଢତା ଆଣିଲେ 

ଦାଢ଼୍ୟତା ଭକତି ପଢ଼ 

ସେହି ଅନୁସାରେ ନିଜର ମନକୁ

କରିତ ପରିବା ଧୃଢ଼ l 


ମନକୁ ସରଳ କରିଦେବା ଆମେ 

ଯଥା ଶିଶୁଟିଏ ପରି

 ଆବିଳତା ମନୁ ବଳେ ହଟିଯିବ 

ଦୟା କରିଲେ ଶ୍ରୀହରି l 



Rate this content
Log in