STORYMIRROR

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ମନ ହଜିଲେ ପ୍ରେମ

ମନ ହଜିଲେ ପ୍ରେମ

1 min
14.1K



କବିତା ଶଦ୍ଦ ମାନଙ୍କର

ସୁନ୍ଦର ସମାହାର

ସ୍ୱପ୍ନ ଗୁଡ଼ିକର ଏକତ୍ରିକରଣ

ଆଉ ମନକୁ ଆସୁଥିବା

କଳ୍ପନା ସବୁର ମିଶ୍ରଣ ।


ଅବଦମିତ ପ୍ରେମକୁ

ଜଡ଼ିତ କରି

ଅହରହ ସୃଷ୍ଟି ହୁଏ

କବିତା ଏଠି ।


ପ୍ରେମରେ ଥାଏ ଅଦମ୍ୟ ଶକ୍ତି

ସେଥିପାଇଁ ତ

ସମର୍ପଣ ସହ

ଘଡ଼ିଘଡ଼ି ହୁଏ ସନ୍ଧି ।


ପ୍ରେମରେ ଆସୁଥିବା

ସବୁ ସ୍ୱପ୍ନ ଓ କଳ୍ପନା ଏଠି

ସବୁବେଳେ ଅଫୁରନ୍ତ

ଉତ୍ସାହର ଉତ୍ସ ।


ମନ ହଜିଲେ ପ୍ରେମ

ସେଠି କଳ୍ପନା

ସବୁ ଅବାଧ

ଆଉ ସ୍ୱପ୍ନମାନେ ବି ଅବୈଧ ।


ସେସବୁ କଳ୍ପନା ଓ

ସ୍ୱପ୍ନ ବ୍ୟତିରେକ

ଏ ଜୀବନର ମୂଲ୍ୟ

କିବା କୁହତ ?


*********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in