STORYMIRROR

Purna chandra Rana

Others

2  

Purna chandra Rana

Others

ମନ ଚଢେଇ

ମନ ଚଢେଇ

1 min
624




ମୋ ମନର ଏଇ ଟିକି ଚଢେଇଟା

ଉଡୁଥିଲା ଆକାଶରେ ,

ଉଡି ଉଡି ସିଏ ଖୋଜି ବୁଲୁଥିଲା

ମନ ପକ୍ଷୀ ସନ୍ଧାନରେ l୧

କିଏ ହେବ ତାର ମନର ମଣିଷ

ଖୋଜି ହେଉଥିଲା ତାକୁ,

ପାଇଲେ ସେ ପୁଣି ଗଢିବ ତ ବସା

ନିଜର କରିବ ତାକୁ l୨

ଧାଇଁଗଲା ଦିନେ ପୂରୁବ ଦିଶାକୁ

ପାଇଲା ନାହିଁ ସେ ସାଥି,

ପଶ୍ଚିମ ଦିଶାରେ ଲୁଚି ରହିଥିଲା

ତାହାର ଜୀବନ ସାଥି l୩

ମନ ପକ୍ଷୀ ସାଥେ ଉଡି ବୁଲୁଥିଲା

ଗଛରୁ ଡାଳ ପତର,

ଖୁସି ରହୁଥିଲା ମନ ଚଢେଇଟା

ଯେମିତି ସ୍ନେହ ସାଗର l୪


ଗୀତାରାଣୀ ରଣା

ହାଟସିଂହାପୁର, ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍