STORYMIRROR

Biswanath Nayak

Others

3  

Biswanath Nayak

Others

ମନ ଚାହେଁ

ମନ ଚାହେଁ

1 min
217


ଆକାଶେ ଜହ୍ନକୁ ଦେଖି

ତା ଜୋଛନା ଲୁଟିବାକୁ

ମନ ଚାହେଁ ଫୁଟିବାକୁ

ନୀଳ କଇଁଟିଏ ହୋଇ

ସରସୀର ସୁନୀଳ ଜଳରେ। 

ଭସା ବାଦଲକୁ ଦେଖି

ତା ସାଥିରେ ଖେଳିବାକୁ

ମନ ଚାହେଁ ହସିବାକୁ

ଟିକି ତାରାଟିଏ ହୋଇ

ଦୂରେ ଥିବା ନୀଳ ଗଗନରେ। 

ଫୁଲ ସୁରଭିରେ ହଜି

ବେଳେବେଳେ ମନ ଚାହେଁ

ପ୍ରଜାପତିଟିଏ ହୋଇ

ଫୁଲରୁ ଫୁଲକୁ ଉଡ଼ି

ମନଭରି ମଧୁ ଚୁମିବାକୁ। 

ଶିଶୁର ହସକୁ ଦେଖି

ବେଳେବେଳେ ମନ ଚାହେଁ

ଶିଶୁଟିଏ ଭଳି ହସି

ଜୀବନର ପିଆଲାରୁ

ସବୁ ସୁଧା ସାଉଁଟି ନେବାକୁ। 

ମୁକ୍ତାକାଶେ ଉଡୁଥିବା

ପକ୍ଷୀର ଆନନ୍ଦ ଦେଖି 

ମନ ଚାହେଁ ପକ୍ଷୀ ହୋଇ

ତା ସାଥିରେ ଉଡ଼ି ଉଡ଼ି

ଚାଖିବାକୁ ମୁକ୍ତିର ଆନନ୍ଦ। 

ଉଦ୍ୟାନେ ଫୁଲକୁ ଦେଖି

ବେଳେବେଳେ ମନ ଚାହେଁ

ପୂଜା ଫୁଲଟିଏ ହୋଇ

ପ୍ରଭୁ ଚରଣାରବିନ୍ଦେ

ପାନ କରିବାକୁ ମକରନ୍ଦ। 



Rate this content
Log in