Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ମନ ଭଜନ କର ରାମ କୃଷ୍ଣ

ମନ ଭଜନ କର ରାମ କୃଷ୍ଣ

1 min
435


• ମନ ଭଜନ କର ରାମ କୃଷ୍ଣ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• ---------- -------------------- ----------

• ଭଜନ କର , ରାମ, କୃଷ୍ଣ ନାମ ମନ ଭଜନ କର

• ସେ ନାମ ଭଜିଲେ ହେବୁ ଭବ ସାଗରୁ ପାର ,ମନ ଭଜନ କର…।।

• ମନ ନିର୍ମଳ ହୋଇବ ଆତ୍ମା ପବିତ୍ର ଲଭିବ

• ଦରଶନ ଲଭିବୁ ରେ ପରଂବ୍ରହ୍ମ ଈଶ୍ଵର

• ମନ ମନ୍ଦିରେ ବିହାର କରନ୍ତି ଯେ ଆଦିମୂଳ

• ଦାସ ପଣେ ତୁ ଖଟରେ ମାୟା ହେବରେ ଦୂର , ମନ ଭଜନ କର…।।

• ଶରଣ-ପଞ୍ଜର ବାନା ପତିତପାବନେ ଅନା

• ବ୍ରହ୍ମାଣ୍ଡ ରକ୍ଷା ନିମନ୍ତେ ଉଡୁଥାଇ ଫରହର

• ଛପନ କୋଟି ଜଗତ ପାଳୁଅଛନ୍ତି ନିରତ

• ସବୁ ଭୁଲି ମାୟାତେଜି ତାରେ ଦୃଢେ଼ ତୁ ଧର , ମନ ଭଜନ କର…।।

• ଆଦି ଅନାଦି ପରମ ପୂରୁଷ ସେ ଭଗବାନ

• ଶୂନ୍ୟ ବ୍ରହ୍ମ ଶୂନ୍ୟେ ଲୀଳା କରନ୍ତି ନିରନ୍ତର

• ସେହି ଅଜପା ପୁରୁଷେ ଜପରେ ମନ ମାନସେ

• ନବାନ୍ଧିବ କାଳଯମ ନରକୁ ହେବୁ ପାର , ମନ ଭଜନ କର…।।

• ଭୃତ୍ୟ ଆର୍ତ୍ତ ଅର୍ଥେ ଭୁଜ ଟେକିଛନ୍ତି ଦେବରାଜ

• ରାଗ କ୍ରୋଧ ହିଂସା ଭାବ ମନରୁ ପରିହର

• ତା ବାହୁରେ ଛନ୍ଧି ହୂଅ ସତ୍ୟ ରେ ତୋ ଥାଉ ଲୟ

• ମୟା ମୋହ ସଂକଟରୁ କରିବେ ସେ ଉଦ୍ଧାର , ମନ ଭଜନ କର…।।

• ବିରାଜିତ ହୁଅବାରେ ମୋର ହୃଦୟ ମନ୍ଦିରେ

• ଆଉକିଛି ଲୋଡା ନାହିଁ ସବୁତ ଦାନ ତୁମର

• ମୋ ମନ ଧନ ଜୀବନ ସବୁ କରେ ସମର୍ପଣ

• ପ୍ରଫୁଲ୍ଲ ମନ କୁଞ୍ଜ ଫୁଲେ ହୁଅ ଭ୍ରମର , ମନ ଭଜନ କର…।।







Rate this content
Log in