STORYMIRROR

Satyabati Swain

Others

4  

Satyabati Swain

Others

ମନ ଅରଣ୍ୟ

ମନ ଅରଣ୍ୟ

1 min
213


ମନ ଅରଣ୍ୟ

ସେଠି ବାଘ ଭର୍ତ୍ତି

ହରିଣ ବି

ତୁଳସୀ ପୂର୍ଣ୍ଣ

ଦୁଷ୍ଟ ବିଛୁଆତି ବାଇଡଙ୍କ ବି।


ବାଘ ନିର୍ଦୟ ଭାବେ

ଗୋଡ଼ାଇ ଗଡାଇ ପଡାଇ

ଶିକାର କରେ ହରିଣଙ୍କୁ

ବିଛୁଆତି ଫାଳାଇ ଦିଏ

ଗୁଵା ଗୁଵା ସାରା ଦେହ।


ଦଳା ଚକଟା ବୁଟ ତଳେ

ଘାସ ଫୁଲ

ଲହୁ ନିଗିଡି ପଡେ କଷ୍ଟରେ

ବଞ୍ଚିବା ଭୟ ଭର୍ତ୍ତୀ

ଦିନ ବେଳ ହେଲେ ବି।


ଅନ୍ଧାରେ ବୃନ୍ତ ଚ୍ୟୁତ

କେତୁଟା ବାସ୍ନା ଫୁଲ

ପ୍ରଜାପତି ସା ଆଁବାଳୁଆ

ଲୋମ

ଘା କରେ ଅରା ଅରା।


ନିଃଶ୍ୱାସ ନେବାକୁ କଷ୍ଟ

ବିଶ୍ୱାସ କରବାକୁ ଦ୍ଵିଧା

ଭରସା ଭସା ଵାଦଲ

ପ୍ରେମ ଏଠି ଆଜିକାଲି

ମନେଇଁ ବର୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍