ମମତାର ମୂଲ
ମମତାର ମୂଲ


ମମତାର ମୂଲ
ଜାତୀୟ ସଙ୍ଗୀତ ର
ତାଳେ ତାଳେ
ତ୍ରିରଙ୍ଗା କହୁଛି
ମୁଁ କାଳେ ସ୍ୱାଧୀନ !
ମୋ ସନ୍ତାନର ରକ୍ତରେ
ହୋଲି ଖେଳ
ଏବେ ବି ଚାଲିଛି
କେହି କଣ ଦେଖୁନ !
ନା ତୁମେ ଜାଣି ଶୁଣି
ସବୁ ଅନ୍ଧ ସାଜି ବୁଲୁଛ
କେବେ ଭାଇ ଭାଇ ର
ପୁଣି ପୁତ୍ର ପିତା ର
ରକ୍ତରେ ଗାଧୋଇ ହେବାଟା
ଦେଖି ବି ନୀରବ ରହୁଛ ।
ଆତ୍ମବିଶ୍ୱାସ ଆଜି
ଆତ୍ମହତ୍ୟା ର ପନ୍ଥା
ବାଛି ନେଇଛି,
ସୁରକ୍ଷା ଆଳ ରେ
ଅସୁରକ୍ଷିତ ହେଇ
ନାରୀ ଟିଏ ଆଜି କାନ୍ଦୁଛି।
କେବେ ମୋ ସନ୍ତାନ ର
ଅକାଳ ମୃତ୍ୟୁ ରେ
କୁଢ଼ କୁଢ଼ ଶବ ଗଦା ହେଉଛି,
ହେଇପାରେ ସଂକ୍ରମଣ
ଅବା ସୀମା ବିବାଦ
କୋହ ରେ ଅନ୍ତର ଟା
ଫାଟି ପଡୁଛି।
ଫୁଲ ର ଆଞ୍ଜୁଳା
ଆଉ ଲୋଡ଼ା ନାହିଁ ମୋର
ଶାନ୍ତି ମୁଁ ଟିକେ ଖୋଜୁଛି,
ସଂଯମୀ ହୁଅ, ପ୍ରେମ ର
ବନ୍ଧନେ ବାନ୍ଧି ହେଇ ରୁହ
ମାତୃଭୂମି ମୁଁ, ଏତିକି ମୋ
ମମତାର ମୂଲ ମାଗୁଛି ।