STORYMIRROR

jagabandhu sahu

Others

3  

jagabandhu sahu

Others

ମମତାମୟୀ ମାଆ

ମମତାମୟୀ ମାଆ

1 min
205

ହାତ ମୋର ଧରି   ଚାଲି ଶିଖେଇଲୁ

    କହି କେତେ ମିଠା କଥା

ଦେଖି ଦେଲେ ତୋର ସ୍ନେହମୟୀ ରୂପ

    ହୃଦୟରୁ ଲିଭେ ବ୍ଯଥା


କୋଳେଇ କାଖେଇ ସ୍ନେହ ତୋ ପରଷି

     ଏଡିକିରୁ ଏଡେ କଲୁ 

ଅଳି ଅଝଟ ମୋ  କେତେ ସହି ତୁହି

    ମମତା ପରଷି ଦେଲୁ


ତୋ ମମତା ପାଖେ  ଚିର ଋଣି ମୁହିଁ

    ପାରିବିନି କେବେ ସୁଜି 

ଦେଖୁ ଥିବି ସଦା    ସୁଖର ସପନ

    ତୋ କୋଳରେ ଆଖି ବୁଜି


ସବୁ ଦିନ ହେଉ   ମାତୃ ଦିବସ ଯେ

    ସେବୁଥିବି ତୋର ପାଦ

ତୋ ଆଶିଷ ବଳେ   ଛୁଇଁ ପାରିବନି

    ମୋତେ କେବେ ପରମାଦ


ଆଜି ଏଇ ତୋର  ମାତୃ ଦିବସରେ

    ଘେନିବୁ ମୋର ପ୍ରଣାମ

ସାଙ୍ଗ ସାଥି ଭାଇ ବନ୍ଧୁ ଯେତେ ଅଛ

     ଘେନ ମୋ ଅଭିନନ୍ଦନ ।


Rate this content
Log in