STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ମମତା ର ମିଠା ମିଠା ମହକ

ମମତା ର ମିଠା ମିଠା ମହକ

1 min
618




ଯେବେଳେ ଛୁଇଁଲି ମାୟା ର ଶିକୁଳି

ଜାଣିଲି ତୋତେ ଲୋ ମାଆ

ଏନ୍ତୁଡି ଶାଳ ରେ ଲାଳ ସରବରେ

ଡାକି ଥିଲି କୁଆଁ କୁଆଁ..

କେହି ବୁଝିଲେନି ତୁ ବୁଝିଗଲୁ

କୁଆଁ ନଥିଲା ସେ 'ମାଆ'

କେଡେ ଯତନ ରେ ସରଧା ଆଞ୍ଜୁଳେ

ମୋ ଅଙ୍ଗେ ଲେପିଲୁ ଆହା..


ମୋ ଲହୁଣୀ ତନୁ ଧୂଳି ଧୂସରିତ

ହେବାକୁ ଦେଇନୁ କେବେ

ପଣତ ର ଛାଇ ଅଭୟ ପ୍ରଦାୟିନୀ

ବିପଦ ଆସଇ ଯେବେ..


ଅବୁଝା ପୁଅ ମୁଁ ପାରେନାହିଁ ବୁଝି

ତୋ ତ୍ୟାଗ ଉତ୍ସର୍ଗ କଥା

ଅଝଟିଆ ହୋଇ କେତେ କେତେ ଥର

ଅଦେଖା ରେ ଦିଏ ବ୍ୟଥା..


ତଥାପି ତୁ ହସୁ ମୋ ହସ କୁ ଦେଖି

ମୋ ଦୁଃଖ ରେ ଢାଳୁ ଲୁହ

ତୋ ସ୍ନେହ ମମତା କଳି କେ ପାରିବ

କେ ଅଛି ମରତେ କୁହ..


ମମତା ବୋଳା ତୋ ସେନେହ ପରସ

ମହମହ ବାସୁଥାଏ

ଜନମ ଆଗରୁ ଯୁଇ ପର ଯାଏ

ପ୍ରିତି ତୋର ଝରୁଥାଏ..


ଯେତେ ବର୍ଣ୍ଣିଲେ ବି ଅସମ୍ପୂର୍ଣ୍ଣ ତୋର

ମମତା ର ପୂଣ୍ୟ ଗାଥା

ମମତାମୟୀ ଲୋ ଶ୍ରୀଚରଣ ତଳେ

ନୁଆଁଉଛି ସଦା ମଥା..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍