ମମତା ବିହୁନେ
ମମତା ବିହୁନେ
1 min
380
ସତରଙ୍ଗୀ ବିନେ ଇନ୍ଦ୍ରଧନୁ ବି ତ
ବେରଙ୍ଗୀ ହୋଇ ଫିକା ଲାଗିବ
ମମତା ବିହୁନେ ଘର କି ସଂସାର
ସରଗପୁର କି ହୋଇବ l
ବାସହୀନ ହୋଇ ଫୁଲ ଫୁଟିଥିଲେ
ବଗିଚା କି ଶୋଭା ପାଇବ?
ମମତା ବିହୁନେ ଘରର ଘରଣୀ
କି ସୁଖ କି ଶାନ୍ତି ପାଇବ?
ବିନା କିରଣରେ ସୁରୁଜ ଉଇଁଲେ
ଧରଣୀ କି ହସି ନାଚିବ?
ମମତା ବିହୁନେ ଧନ ଅରଜିଲେ
ମରି ମରି ସିନା ବଞ୍ଚିବ
ମଣିଷ ଚେହେରା ପଶୁ ଚରିତ୍ରକୁ
କିଏ ବା ଆଦରି ପାରିବ?
