ମଲ୍ଲିକାର୍ଜୁନ ଦର୍ଶନେ
ମଲ୍ଲିକାର୍ଜୁନ ଦର୍ଶନେ
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
ତା ୨୮. ୧୦. ୨୦୧୮
---------- -------------------- ----------
• ଧନ୍ୟ ହେ ଈଶ୍ୱର ମହେଶ୍ୱର ଯୋଗେଶ୍ୱର
• ମଲ୍ଲିକାର୍ଜ୍ଜୁନ ନାମ ଧାରି ଜଟାଧାରି
• ଶ୍ରୀଶୈଲମ ପର୍ବତ କନ୍ଦରେ
• ନିଭୃତ ଆଳୟ ତୁମର , ଧନ୍ୟ ହେ ଈଶ୍ଵର…।।
•
• କଳକଲ୍ଲୋଳିନୀ କୃଷ୍ଣା ନଦୀ ତଟେ ହର
• ଘନ ବନଭୂମି ଅଗମ୍ୟ ବନାନୀ
• ଜନ ବସତିର ଅନ୍ତରାଳେ
• ବିଜୟ କରିଛ ଶଙ୍କର , ଧନ୍ୟ ହେ ଈଶ୍ଵର...।।
•
• ପବିତ୍ର ଜ୍ଵୋର୍ତିଲିଙ୍ଗ ଦରଶନେ ଠାକୁର
• ସର୍ବ ବିଧ ପାପ ହୁଏ ବିନାଶନ
• ଅନିନ୍ଦ୍ୟ ସୁନ୍ଦର ଜ୍ଵୋତିର୍ମୟ
• ରୂପ ଜିଣିଅଛି କୋଟି ସ୍ମର , ଧନ୍ୟ ହେ ଈଶ୍ଵର...।।
•
• ଅର୍ଜୁନ ସହ ଦିନେ ତୁମେ ଏହି ବନର
• ହୋଇଲା ବିବାଦ ଗଣ୍ଡା ବଦ୍ଧେ ତାର
• ଧନୁହୁଳେ ପାର୍ଥ ବୀରବର
• ଦରଶନ କଲା ତୁମର , ଧନ୍ୟ ହେ ଈଶ୍ଵର…।।
•
• ପବିତ୍ର ହୋଇଲା ଏହି ପାପ ଚକ୍ଷୁ ମୋର
• ହେ ମଲ୍ଲିକାର୍ଜୁନ କଲି ଦରଶନ
• ସାକ୍ଷୀ ଗଜାନନ ଆର୍ଶୀବଚନ
• ପାଇଲି ହୋଇଲି ବିଭୋର , ଧନ୍ୟ ହେ ଈଶ୍ଵର…।।
•
• ସାତ ପାହାଡ଼ ବେଷ୍ଟିତ ଶ୍ରୀଶୈଲମ ଶିଖର
• ସ୍ଵପଦ କୁଳ ଗର୍ଜନେ ମୁଖରିତ
• ପୂର୍ବର ତପବଳେ ପ୍ରଫୁଲ୍ଲ
• ବନ୍ଦନ କରିଲା ପୟର , ଧନ୍ୟ ହେ ଈଶ୍ଵର…।।
