ମଲ୍ଲୀ ର ମହକ
ମଲ୍ଲୀ ର ମହକ
ମଲ୍ଲୀଫୁଲ ବାସ ଚହଟି ଆସେ,
ତା'ର ମହକରେ ଜଗତ ବାସେ।
ମଲ୍ଲୀଫୁଲ ସନ୍ଧ୍ୟା ସମୟେ ହସେ,
ଧୋବ ଫରଫର ଦୂରରୁ ଦିଶେ ।
ଶୋଭା ସୁଷମାରେ ବଗିଚା ହସେ,
ମହୁମାଛି ଆସି କୁସୁମେ ବସେ।
ବାସନା ସହ ତା ରୂପ ସୁନ୍ଦର,
ମିଠା ମହକରେ କରେ ନିଜର।
ଗଛରେ ଫୁଲଟି ପାଖୁଡା ମେଲି,
ହସୁଥାଏ ସଦା ଯାତନା ଭୂଲି ।
ବାସ ଫୁଲ ବୋଲି ସଭିଙ୍କ ପ୍ରିୟ,
ସବୁ ଫୁଲ ମଧ୍ୟେ ଅଟଇ ଶ୍ରେୟ।
ପ୍ରେମିକ ପ୍ରିୟାକୁ ଦିଅଇ ଭେଟି,
ତାକୁ ନେଇ ପ୍ରେମୀ ବାନ୍ଧନ୍ତି ଚୋଟି।
ନାରୀଙ୍କ ଗଭାରେ ଦିଶେ ସୁନ୍ଦର,
ତା ପାଖେ ଫିକା ପଡେ ଅତର।