STORYMIRROR

Prasanta Sahu

Others

3  

Prasanta Sahu

Others

ମଲ୍ଲାରୀ

ମଲ୍ଲାରୀ

1 min
265


ଅଧୀର ଶିଖରୀ  ଅମ୍ବରେ ମଲ୍ଲାରୀ

   ଅମ୍ବୁଦ ଝଲକେ ଘୋର

ଅଭିନବ ରୂପ  ଅବନୀ ସମୀପ

    ଦେଉଛନ୍ତି ଉପହାର ।

କାଳଶୁଦ୍ଧି ହେଲା  କାଳଚ଼କ୍ର ଦେଲା

    ତନୂନ ତନୂରେ ନୀର 

କାଳିକ କାରଣେ  କାରୁଣିକ ଗୁଣେ 

    ବର ଦିଏ ଜଳଧର। 

ବର୍ଷାତୀର ରାତି  ବର୍ଷାଘୋଷ ଗୀତି

   ନାନା କୀଟ ରାଗିଣୀରେ

ବଳୟିତା ହୋଇ  ବନ୍ଦନା କରଇ

    ଫୁଲରି ଧରା ପୟରେ ।   

ନବ ପଲ୍ଲବରେ  ନଭୋଦୁହ ଝରେ

    ନମିତ ନଭସ ହସେ

ନଳଦ ଭୂତଳେ  ନବୀଭୂତ ଜଳେ

  ବ୍ୟାପ୍ତ ସଂରୋହ ସକାଶେ ।

ବୁଭୁକ୍ଷିତ ବୃକ୍ଷ  ବୃତ୍ତାଭାସ ବକ୍ଷ

   ଧାରଣ କଲେଣି ଦେଖ

ବୃନ୍ତଟି ବଉଳା  ବୁଜୁଳା ବୁଜୁଳା

  ପୁଷ୍ପ ସଙ୍ଗେ ଫଳ ଦୃଷ୍ଟ ।

ଇନ୍ଦୁ ଲୁଚ଼କାଳି ଇନ୍ଦ୍ରିୟ ପ୍ରହେଳୀ

    ଜଳଜଳ ଇନ୍ଦ୍ରଧନୁ

ଇନ୍ଦ୍ରଗୋପ ଉଭା ଇଷିକାର ଶୋଭା 

   ପାସୋରି ନ ହୁଏ ମନୁ ।



Rate this content
Log in