Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

3  

Baman Chandra Dixit

Others

ମ୍ଳାନ ଗୋଧୂଳି

ମ୍ଳାନ ଗୋଧୂଳି

1 min
195


ମନ ଝୁରେ ଆଜି ଗୁଧୂଳି ବେଳାକୁ

ଲେଉଟାଣି ବେଳ ଝାଉଁଳା ଖରାକୁ।।

ଗୋଠେ ଗାଈ ଗୋରୁ ଗାଈଆଳ ଗୋଟେ

ଛାଟ ଧରି ବାଟ ଜଗିଛି ଆକଟେ

ସୁରୁଯ ଲୁଚିଲେ ଗଛ ପଛ ପାଖେ

ସଭିଏଁ ଆତୁର ଲେଉଟି ଯିବାକୁ।।

ପହ୍ଲ ପହ୍ଲ ଗୋରୁ ଖୁରା କ୍ଷୁରେ କ୍ଷତ

ଗାଆଁ ବାଟ ଘାଟ ଧୂଳି ଧୂଷରିତ

ଟାପୁ ର ଆଘାତେ ଧୂଆଁ ସମ ଧୂଳି

ବୋଳି ଦେଇ ଯାଏ ବିଦାୟୀ ବେଳାକୁ।।

କୁନି ବାଛୁରୀର ହମ୍ବା ହମ୍ବା ସ୍ଵନ

ମମତା ମୋହ ର ଅପୂର୍ଵ ମିଳନ

ଚଅଁଚଅଁତୃପ୍ତି ଆସ୍ଵାଦନେ ରତ

ପହ୍ନା ତଳେ ଗୁଞ୍ଜା ଲାଳୁଆ ମୁହଁକୁ।।

ନୀଡ଼ ମୁଖେ ପକ୍ଷୀ ଝାଡ଼ି ଝାଡ଼ି ଡେଣା

ଉଚ୍ଚାଟ କୂଜନ ବିଦାୟୀ  ମୂର୍ଚ୍ଚନା

ପାଣ୍ଡୁର ଆକାଶେ ଲେଖି ରଖେ ଅବା

ସାୟନ୍ତନୀ ଚିତ୍ରେ ଚିତ୍ରିତ ଚିତ୍ର କୁ।।

ପ୍ରାଚୀ ଶଶି-ଛବି ପ୍ରତିଚୀ ରେ ରବି

ରୌପ୍ୟ ତାମ୍ର ମଧ୍ୟେ ଧୂମିଳ ପରିଧି

ଆକାଶ ବିଲୋକେ ବିକାଶ ବିଲୟ

ଆଘ୍ରାଣେ ଧରଣୀ ଗୋଧୂଳି ଗନ୍ଧକୁ।।

ନାହିଁ ଆଜି ଆଉ ଗାଈଆଳ ଟୋକା

ଗୋଚର ଭୂଇଁ ରେ ଏ କାହାର କୋଠା

ଝିଣି ଖାଇଲେଣି ଗାଆଁ ଶୋଭା ଶିରୀ

ଫେରେଇ ଦିଅ ମୋ ମ୍ଳାନ ଗୋଧୂଳି କୁ।।



Rate this content
Log in