STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

4  

ନାୟକ ଅକ୍ଷୟ ରାଜହସ୍ତୀ

Others

ମକରସଂକ୍ରାନ୍ତି

ମକରସଂକ୍ରାନ୍ତି

1 min
615

କର୍ମମୟ ଭାରାକ୍ରାନ୍ତ ଜୀବନ ଶୈଳୀର ଘନଘଟା

କୁହେଲିକା ମୟ ପରିବେଶ,

ମାନସପଟରେରଚନା କରେ ଅଦ୍ଭୁତ ଘୂର୍ଣ୍ଣନ

ଅବାସ୍ତବ ଭାବର ଚେତନ

କାଳଚକ୍ର ଘୁରି ବୁଲେ

ବଦଳୁଛି ଦିନ, ବାର, ମାସ

ବଦଳୁଛି ତିଥି ପୁନେଇଁ ପରବ

ତା ଭିତରୁ ବାରି ହୋଇପଡୁଛି "ମକରସଂକ୍ରାନ୍ତି" ।


ମନେ ପଡିଯାଏ ଗ୍ରାମାଞ୍ଚଳରେ ଏ ପରବର ମହତ୍ତ୍ଵ ଅନେକ

ସୁ ପ୍ରଭାତରେ ଘରେ ଘରେ ବୁଲି ଶିବ ମନ୍ତ୍ର ଗାନ

ନାଧରାରାମଚଣ୍ଡି ଙ୍କ ନାମାବଳୀ ବ୍ହକ୍ତି ତତ୍ତ୍ଵ ଗୀତି

ତା ସହ ବାଣ୍ଟି ଦିଏ ମକର ଚାଉଳ

ମନେ ମନେ ଅନେକ ଶୁଭ ମନାସି

ଟୋପାଏ ସିନ୍ଦୂର ଚନ୍ଦନ ଦେଇ ଦିଏ ସେ ପାଦୁକ

ସଂକ୍ରାନ୍ତିର ଶୁଭେଚ୍ଛା ଜଣାଏ

ସେଇ ଛୋଟl ମାଳି ଜଟି ମହାପାତ୍ର ।


ହଁ, ମନେ ପଡି ଯାଏରାଶି ବଟା ଦେହରେ ଲଗାଇ

ସ୍ନାନ ଶେଷେ ମେଘୁଆ ଶୀତୁଆ ପାଗରେ ସୂର୍ଯ୍ୟ ନମସ୍କୃତମ

ମାରାମ ଚଣ୍ଡି ଙ୍କ ଦରଶନ ସାରି ସର୍ବେ

ଘରେ ଆପ୍ୟାୟିତ ହୋଇଥାନ୍ତି ପାଦୁକ ପ୍ରସାଦେ,

ମକର ଚାଉଳ କ୍ଷୀରି ଗୁଡ଼ ନଡ଼ିଆ ମିଶା ନିଆରା ତା ସ୍ୱାଦ

ଶୀତ ବସ୍ତ୍ର ପରିଧାନ ସହିତ ସର୍ବେ ହୋଇ ଏକତ୍ରୀତ

ଆନନ୍ଦେ ଭୋଜନ କରନ୍ତି ସେ ମକର ଜାଉ

ଭାରି ମନେ ପଡ଼େ ସେଇ ମକରର ବକର କଥା

ଓଡ଼ିଆ ବ୍ୟାସ ଫକୀରର ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍