STORYMIRROR

subrat kumar jena

Others

2  

subrat kumar jena

Others

ମକର ଯାତ

ମକର ଯାତ

1 min
1.7K



ପାରେ ନାହିଁ ଭୁଲି ପିଲାଦିନ ବୁଲା ମକର ଯାତ

ବାପା ବୁଲାଉଥିଲେ ମେଳା ଧରି ମୋହରି ହାତ

ଗାଁ ଠୁ ଦୂର ଆମ ପାଞ୍ଚ କିଲୋମିଟର

ସେଠାରେ ବିଜେ ବାବା ବାରୁଣେଶ୍ଵର୍

ପ୍ରତି ବର୍ଷ ମକରେ ଜାନୁଆରୀ ଚଉଦ ତାରିଖରେ

ମେଳା ଲାଗେ ଏଠି ମହା ଆଡ଼ମ୍ବରରେ

ଦୋକାନ ବଜାର ବସେ ଏଠି ଧାଡିକୁ ଧାଡ଼ି

ସକାଳ ଠୁ ସଂଜ ଯାଏ ଲୋକେ ଆସନ୍ତି ମାଡ଼ି

ଶୀତ ହାର୍ ମନେ ଏଠି ଲୋକ ଭିଡ ଭିତରେ

କେତେ ଯାତ୍ରା ପାର୍ଟି ଝୁଝନ୍ତି ଏଠି ମହସମରେ

ସନ୍ଧ୍ୟା ଯେବେ ଆସେ ବରୁଣେଶ୍ୱରେ

ନାନା ରଙ୍ଗ ରୋଷଣୀ ଝଲସେ ବାବା ମନ୍ଦିରେ...

ଦୂର ଦୁରାନ୍ତରୁ ଲୋକେ ଆସି ଦେଖନ୍ତି ନାଟ

ପନି ପରିବାଠୁ ଘର କରଣା କୁ ନେଇ ଏଠି ବସଇ ହାଟ

ଖାଇବା ଜିନିଷ ମିଳେ ଏଠି ଭଳିକି ଭଳି

କେତେ ପୁଣି ପୁରୁଣା ସାଙ୍ଗ ଏଠି ହୁଅନ୍ତି ମେଳି.....

ବାପା ଦେଖାଉଥିଲେ ବୁଝାଇ ମକର ମେଳା ମହତ୍ୱ

ମକର ମେଳା ର ମଣିଷ ଜୀବନେ ଅଛି କେତେ ବିଶେଷତ୍ଵ....

ମନ ଆନନ୍ଦରେ ମେଳା କେତେ ବୁଲିଲୁ

ବରା,ସିଙ୍ଗଡ଼ା, ଅାଇସି କ୍ରିମ କେତେ ଖାଇଲୁ....

ଦରକାରୀ ଘରକରଣା ଜିନିଷ କେତେ କିଣିଲୁ

ବୁଲା ଶେଷ କରି ବାପାଙ୍କ ସହ ଘର ଫେରିଲୁ....


ସୁବ୍ରତ କୁମାର ଜେନା, ନନ୍ଦିପୁ ର, ଯାଜପୁର,9776208930


Rate this content
Log in