STORYMIRROR

Ajit Kumar Raut

Others

3  

Ajit Kumar Raut

Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
275


ଚାରି ଆଡେ ଆଜି ଖୁସି ଓ ଉଲ୍ଲାସ

ଆନନ୍ଦ ଦିନଟି ଆଜି

ଉତ୍ତରାୟଣ ହେବେ ସୂର୍ଯ୍ୟ ଦେବ ଆଜି

ଶୁଭ ମୁହୂର୍ତ୍ତଟି ଆଜି।୧।

ଭୀଷ୍ମଦେବ ଥିଲେ ସର ଶଯ୍ୟା ପରେ

ପାବନ ଦିନର ପାଇଁ

ଉତ୍ତରାୟଣ ହେଲେ ସୂର୍ଯ୍ୟ ଦେବ ଯହିଁ

ମୄତ୍ୟୁ ବରଣଟି ତହିଁ।୨।

ମକର ସଂକ୍ରାନ୍ତି ପୁର୍ଣ୍ୟ ର ଦିନଟି

ସୂର୍ଯ୍ୟ ଆରାଧନା ହୁଏ

ଅନ୍ଧାରୁ ଉଠିଣ ନଦୀକୁ ଜାଇଣ

ଭକ୍ତିରେ ସ୍ନାନାଦି ହୁଏ।୩।

ସ୍ନାନାଦି ସାରିଣ ନିସ୍ବାର୍ଥ ଭକ୍ତିରେ

ଦେବ ଆରାଧନା ହୁଏ

ନୂତନ ପୋଷାକ ଧାରଣ କରିଣ

ସଂକ୍ରାନ୍ତି ମିଳନ ହୁଏ।୪।

ଘରେ ଘରେ ଆଜି ତୀଳଲଡ୍ଡୁ ପିଠା

ଖୁସି ମନେ ବନ୍ଟା ହୁଏ

ଗାଆଁ ପଡୋଶୀରେ ଘୁରି ଘୁରି ଜନେ

ଏକତା ସଂଦେଶ ଦିଏ।୫।

ବର୍ଷ ପରେ ଆସେ ମକର ସଂକ୍ରାନ୍ତି

ଖୁସି ଆନନ୍ଦର ପର୍ବ

ଚାହିଁ ରହିଥାନ୍ତି ଦେଶର ଜନତା

ଉଲ୍ଲାସର ଏହି ପର୍ବ।୬।

ମକର ସ୍ନାନଟି ପବିତ୍ର ସ୍ନାନଟି

ହିନ୍ଦୁ ଶାସ୍ତ୍ରେ ଲେଖା ଅଛି

ଭକ୍ତି ମନେ ସ୍ନାନ ପୂଜାର୍ଚ୍ଚନା କଲେ

ମିଳିଯାଏ ସବୁ କିଛି।୭।

ଚାରି ଆଡେ ଆଜି ଖୁସି ଓ ଉଲ୍ଲାସ

ଆନନ୍ଦ ଦିନଟି ଆଜି

ଉତ୍ତରାୟଣ ହେବେ ସୂର୍ଯ୍ୟ ଦେଶ ଆଜି

ଶୁଭ ମୁହୁର୍ତ୍ତଟି ଆଜି।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍