ମକର ମିଳନ ତୁ ଆଉ ମୁଁ
ମକର ମିଳନ ତୁ ଆଉ ମୁଁ
1 min
192
ମକର ମିଳନ ଉଦବେଳନ କରେ
ବିଲରୁ ବାଡିକି ଅପସରି ଯାଏ
ସମ୍ଭବ ହେଲାଣି ଅସମ୍ଭବ ଭିଡ
ନେଇଯା ଆୟୁଷ ପିଇକି ପିୟୁଷ
ମନହେଲେ ଥରେ ଆସିଯିବୁକି....
ନଆସି ପାରିଲେ ଝରାଫୁଲ ତୋର
ମଂଗୁଳା ବେଳର ଯେତେକ ଭିଆଣ
ସବୁଯାକ ତୋର ଦୂରେ ଥୋଇଦେଇ
ମନକଥା ତୋର ବୁଝେଇବୁକି....
ଅବୁଝା ରହିଲେ ସାଂକେତିକ ଭାଷା
ଉଚ୍ଚାଟ ଆଶଂକା ଦେଉଛି ଭରଷା
ନିମମୂଳେ ବାସ ମୂଳରେ ତୋହରି
ଆଉସବୁ ଗାର ପୋଛିଦେଲୁକି...
ପୋଛାପୋଛି ଯଦି ଅସଜଡା ହୁଏ
ମୋର ଯେତେ ପୂର୍ଣ୍ଣ୍ୟ ଗଣ୍ଠିଲି କରିକି
ତୋର ଚଲାପଥେ ଥୋଇକି ଆସିଲି
ବେଳାବେଳି ଆସି ନେଇଯିବୁକି....
Pratap Nayak -7008054282
