Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Others

2.5  

Sachidananda Kar

Others

ମଜା..ମଜା

ମଜା..ମଜା

1 min
223



ଖରାର ମଜା ଶୀତରେ

ବାଜାର ମଜା ଗୀତରେ

ପୁଷିର ମଜା ମାଛ ଶୁଖୁଆରେ

ଖୁସିର ମଜା ଚିତ୍ତରେ । ।


ଫୁଲର ମଜା ଗଭାରେ

ତାଳିର ମଜା ସଭାରେ

ପାନର ମଜା ପାକୁଆ ପାଟିରେ

ଦାନର ମଜା ଦବାରେ । ।


ଲିଆର ମଜା ଦହିରେ

ଜୀଇବା ମଜା ମହୀରେ

କବିର ମଜା କବିତା ଲେଖାରେ

ଛବିର ମଜା ବହିରେ । ।


ହନୁର ମଜା ଡାଳରେ

ଭିକର ମଜା ଥାଳରେ

ଖଡାର ମଜା ବଡି ବେସରରେ

ନଡାର ମଜା ଚାଳରେ । ।


ମାଳାର ମଜା ଗଳାରେ

ହାଣ୍ଡିର ମଜା ମଳାରେ

ନଳାର ମଜା ମଳ ବୋହିବାରେ

ହଳାର ମଜା ଖଳାରେ । ।


ନୋଳିର ମଜା କାନରେ

ଚଷୁର ମଜା ଧାନରେ

ଛୁଆର ମଜା ମାଆର କୋଳରେ

ଗୁଆର ମଜା ପାନରେ । ।


ଡାଲିର ମଜା ଭାତରେ

ମୂଷାର ମଜା ଗାତରେ

ଝୁଲିବା ମଜା ଝୁଲଣ ଦୋଳିରେ

ବୁଲିବା ମଜା ଯାତରେ । ।


ପୁରର ମଜା ମଣ୍ଡାରେ

ସୂତାର ମଜା କଣ୍ଡାରେ

ପାଠର ମଜା ପଢ଼ାବେଳେ ଯେବେ

ମନଟି ଥାଏ ଥଣ୍ଡାରେ । ।


* - * - * - * - * - * - *


Rate this content
Log in