ମିଠା ସପନ
ମିଠା ସପନ
1 min
691
କାଲି ରାତିଟାରେ ସପନ ତୁଠରେ
ପ୍ରିୟାକୁ ଦେଖିଲି ମୋର
ଜହ୍ନଠୁ ରୂପସୀ ନଈଠୁ ଅଳସୀ
ଲାଗୁଥିଲା ଚମତ୍କାର....
ଅଧାଭିଜା ବସ୍ତ୍ରେ ଚାହିଁ ଦେଲା ଯେବେ
ଭିଜା କୋମଳ ବଦନ
ରମଣ ଭୋଳରେ ମନ ମୋ' ଅଥୟ
ଦେହେ ଅଦ୍ଭୁତ କମ୍ପନ....
ମୁଖଧାରେ ତାର କଳାସର୍ପ ପ୍ରାୟ
ଖେଳୁଥିଲା କେଶରାଶି
ଅସଜଡା ସେଇ କେଶରାଶି ତକ
ସଜାଡିଲି ହୋଇ ଖୁସି....
ସଜାଡି ସାରିକି ଅଡୁଆ କେଶକୁ
ବାହୁପରେ ଦେଲି ଛନ୍ଦି
ପ୍ରେମ ନାଗଫାଶେ ବାନ୍ଧି ନେଲା ସିଏ
କପାଳୁ ଝରିଲା ବିନ୍ଦି....
ଏକାଳେ ଭାଙ୍ଗିଲା ସୁନେଲି ସପନ
ସରିଗଲା ପ୍ରିୟାପ୍ରୀତି
ସପନର ଦୃଶ୍ୟେ ପ୍ରିୟା ମିଳନଟା
ହୃଦେ ଭରିଦେଲା ତାତି....
✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍, ତିରିଡା/ ଗଞ୍ଜାମ
